Connect with us

ଆମ ଖବର

ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ

ସାଙ୍କେତିକ

ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ
ଦୁଇଟି ଭୋଜନ ମଧ୍ୟରେ ସମୟ ବ୍ୟବଧାନ ଅତି କମ୍ରେ ୬ ଘଣ୍ଟା ରହିବା ଦରକାର । ଏହି ସମୟ ମଧ୍ୟରେ ଆହାର କ୍ରିୟା ପେଟ ମଧ୍ୟରେ ହଜମ ହୋଇଥାଏ । ଏହି ଭୋଜନ ମଧ୍ୟରେ ତାମସିକ ଖାଦ୍ୟ କିମ୍ବା ଜଳଖିଆ ଖାଇଲେ ପାଚନ ଶକ୍ତି ଦୁର୍ବଳ ହୁଏ ।
ଚାଲିବା, କଥା କହିବା କିମ୍ବା ହସିବା ସମୟରେ ଭୋଜନ କରିବେ ନିଷେଧ ।
ଯେଉଁ ଖାଦ୍ୟ ଖାଉଛନ୍ତି ତାହା ଯେପରି ୩ରୁ ୪ ଘଣ୍ଟା ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଦରକାର । ତା’ଛଡା ସ୍ୱାଦିଷ୍ଟ ଅନ୍ନ ବ୍ୟଞ୍ଜନ ମନକୁ ପ୍ରସନ୍ନ, ଶରୀରକୁ ଶକ୍ତି ଯୋଗାଇବା ସହିତ ଦୀର୍ଘାୟୁ କରିଥାଏ ।
ଅସମୟରେ ଖାଦ୍ୟ ଖାଇଲେ ଶାରୀରିକ ଶକ୍ତି କ୍ଷତି ହୋଇଥାଏ, ମୁଣ୍ଡବ୍ୟଥା ତଥା ଅଜୀର୍ଣ୍ଣ ରୋଗ ହୋଇଥାଏ ।
ଭୋଜନ ପୂର୍ବରୁ ଜଳ ଗ୍ରହଣ କରିବା ଅନୁଚିତ । ଏହାଦ୍ୱାରା ପାଚନ ଶକ୍ତିର କ୍ଷୟ ହୋଇଥାଏ । ଭୋଜନ ପରେ ମଧ୍ୟ ସଙ୍ଗେ ଜଳ ଗ୍ରହଣ କରନ୍ତୁ ନାହିଁ ।
ଶୋଷ ଲାଗୁଥିବା ବେଳେ ଭୋଜନ କରନ୍ତୁ ନାହିଁ । ସେହିପରି ଭୋକ ଲାଗୁଥିଲେ ପାଣି ପିଇବା ଅନୁଚିତ ।
ଥଣ୍ଡା କିମ୍ବା ଶୁଖିଲା ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର । ଏହା ଡେରିରେ ହଜମ ହୋଇଥାଏ ।
ଭୋଜନ କଲାବେଳେ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ କିମ୍ବା ପୂର୍ବ ଦିଗକୁ ମୁହଁ କରି ବସି ଖାଦ୍ୟ ଖାଆନ୍ତୁ । ଶୀଘ୍ର ଶୀଘ୍ର ଖାଇବା ଦ୍ୱାରା ମନ ମଧ୍ୟ ଚିଡିଚିଡା ହୋଇଯାଏ ।
ଭୋଜନ ପୂର୍ବରୁ କମ୍ ପରିମାଣରେ ଅଦା ଓ ସୈନ୍ଧବ ଲବଣ ଖାଇବା ଆବଶ୍ୟକ । ଏହା ଭୋଜନ ପ୍ରତି ରୁଚି ଆଣିଥାଏ ।
ମଳ ମୂତ୍ରର ବେଗକୁ ରୋକନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । ଯଥା ଶୀଘ୍ର ଏହାକୁ ତ୍ୟାଗ କରନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର