Connect with us

ଆମ ଖବର

କ୍ୟୁବାନୋ ବଟର ଚିକେନ୍

ସାଙ୍କେତିକ

କ୍ୟୁବାନୋ ବଟର ଚିକେନ୍
ସାମଗ୍ରୀ: ଗୋଟିଏ ୮୦୦ ଗ୍ରାମର ଜିଅନ୍ତା କୁକୁଡା, ୫୦ ଗ୍ରାମ ଧଳା ବଟର, ଟିକେ ଲୁଣ, ଗୋଲମରିଚ ଗୁଣ୍ଡ ଅଧ ଚାମଚ ।
ପ୍ରସ୍ତୁତି: କୁକୁଡାକୁ ମାରି ଗୋଡ, ମୁଣ୍ଡ, ବେକ ଆଦି ଅଲଗା କରିଦେବେ (ଡ୍ରେସିଂ କରିଦେବେ) । ଗୋଟିଏ ଛୁରିରେ ଦୁଇ ତିନି ଯାଗାରେ ଅଳ୍ପ ଅଳ୍ପ ଚିରିଦେବେ । ବଟର ଓ ଲୁଣ ତା ଉପରେ ପ୍ରଲେପ ଦେଇ ୧୦ ମିିନିଟ୍ ବାହାରେ ରଖିଦେବେ । ଗୋଟିଏ ବଡ ଡେକିଚି କିମ୍ବା କୁକର ଯେଉଁଥିରେ ବାମ୍ପ ଦେଇହେଉଥିବ ତାକୁ ଆଣି ଅଳ୍ପ ପାଣି (ଯେପରି ୪୦ ମିନିଟ୍ ଚୁଲିରେ ବସିପାରୁଥିବ) ନେଇ ତା ଉପରେ ଗ୍ରୀଲ୍ ରଖିନେବ । କୁକୁଡାକୁ ତା ଉପରେ ଥୋଇ ଢାଙ୍କୁଣି (କୁକରର ହ୍ୱିସିଲ୍ ଦେବାନି) ଦେବ ଯେମିତି ବାମ୍ପ ଟିକିଏ ଟିକିଏ ବାହାରି ଯାଉଥିବ । ୪୦ ମିନିଟ୍ ପରେ ଢାଙ୍କୁଣି ଖୋଲି କୁକୁଡାକୁ ବାହାର କରି ଗୋଲମରିଚ ଗୁଣ୍ଡ ପକାଇ ପରିଷିଦେବା ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର