Connect with us

ଆମ ଖବର

ଝଗଡା ….

ସାଙ୍କେତିକ

ଝଗଡା ….
କୌଣସି ଯୁକ୍ତିତର୍କ କିମ୍ୱା ଝଗଡ଼ା ସମୟରେ ମସ୍ତିଷ୍କକୁ ଶାନ୍ତ ରଖିବା କାଠିକର ପାଠ ହୋଇଥାଏ । ଏହି ସମୟରେ ମଣିଷ ଭାରସାମ୍ୟ ହରାଇ ବସେ । ମାତ୍ର କେତୋଟି କୌଶଳ ଅବଲମ୍ୱନ କଲେ ଆପଣ ଏହି ସମୟରେ ନିଜ ଉପରେ ଆୟତ୍ତ ରଖିପାରି ସମସ୍ୟାର ସମାଧାନ କରିପାରିବେ ।
ଆପଣଙ୍କ ମୁଣ୍ଡକୁ ଯଦି ରାଗ ଜୋର୍ ଉଠିଯାଉଛି ବୋଲି ଲାଗୁଛି ତେବେ ଗଭୀର ନିଶ୍ୱାସ ନିଅନ୍ତୁ । ଏହା ଦ୍ୱାରା ଶରୀର ହାଲୁକା ହୋଇଥାଏ ।
ଶୁଣିବାର ଧୈର୍ଯ୍ୟ ରଖନ୍ତୁ । ସାଧାରଣତଃ ଯୁକ୍ତିତର୍କ ସମୟରେ ସାମ୍ନା ଲୋକର କଥା ଶୁଣିବା ପରିସ୍ଥିତିରେ ଆମେ ନଥାନ୍ତି । ମାତ୍ର ମନେରଖନ୍ତୁ, ବିବ୍ରତ ହୋଇ କିଛି କହିବା ପୂର୍ବରୁ ପ୍ରଥମେ ସାମ୍ନା ଲୋକର କଥା ଶୁଣିବା ପାଇଁ ଚେଷ୍ଟା କରନ୍ତୁ ।
ଝଗଡ଼ା ସମୟରେ ସାମ୍ନା ଲୋକକୁ ସମାଧାନ ମାଗନ୍ତୁ । କ’ଣ କଲେ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରଶ୍ନ କରନ୍ତୁ ।
ନିଜ ଶରୀର ଉପରେ ଆୟତ୍ତ ରଖନ୍ତୁ । ଝଗଡ଼ା ସମୟରେ ସାମ୍ନା ଲୋକଙ୍କୁ ଆଙ୍ଗୁଠି ଉଠାଇ କିମ୍ୱା ଖତେଇ ହୋଇ କିଛି କୁହନ୍ତୁ ନାହିଁ । ଏହା ଝଗଡ଼ାକୁ ବଢ଼ାଇ ଦେଇଥାଏ ।
ନିମ୍ନ ସ୍ୱରରେ କଥା ହେବା ପାଇଁ ଚେଷ୍ଟା କରନ୍ତୁ । ଝଗଡ଼ା ସମୟରେ ପାଟି ଅଜାଣତରେ ବଡ଼ ହୋଇଯାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର