Connect with us

ଦେଶ

କଂଗ୍ରେସ ଏକ ମାଓବାଦୀ ପାର୍ଟି : ବିଜେପି l

କଂଗ୍ରେସ ଏକ ମାଓବାଦୀ ପାର୍ଟି : ବିଜେପି l

କଂଗ୍ରେସ ଏକ ମାଓବାଦୀ ପାର୍ଟି : ବିଜେପି
ନୂଆଦିଲ୍ଲୀ,୪ା୯ : ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କୁ ନକ୍ସଲଙ୍କ ସହ ସମ୍ପର୍କ ଅଭିଯୋଗରେ ଗିରଫ ହୋଇଥିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ ।

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ମାଓବାଦୀ କଂଗ୍ରେସ ପାର୍ଟି ବୋଲି କହିଛନ୍ତି । କଂଗ୍ରେସ ଯେଉଁ ସମୟରେ ସରକାରରେ ଥିଲା ସେହି ସମୟରେ ମାଓବାଦୀଙ୍କ ସହ ଦୋମୁହାଁ ନୀତି ଅବଲମ୍ବନ କରିଥିଲା । ମନମୋହନ ସିଂହଙ୍କ ସମେତ କିଛି ବ୍ୟକ୍ତି ମାଓବାଦୀକୁ ଦେଶ ପାଇଁ ସବୁଠାରୁ ବଡ ବିପଦ ମାନୁଥିବା ବେଳେ ୟୁପିଏ ଗୃହମନ୍ତ୍ରୀଙ୍କ ମଧ୍ୟରୁ କିଛି ଜଣ ମାଓବାଦୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିଥିଲେ ।

ସମ୍ବିତ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ମାଓବାଦୀଙ୍କ ସହ ଛିଡା ହୋଇ ଦେଶ ପାଇଁ ବିପଦ ସୃଷ୍ଟି କରୁଛି । ରାଜନୀତି ପାଇଁ କଂଗ୍ରେସ ନେତା ବହୁତ ତଳକୁ ଖସି ଯାଉଛନ୍ତି । କଂଗ୍ରେସ ପାର୍ଟି ମାଓବାଦୀ କଂଗ୍ରେସ ପାର୍ଟି ଭଳି ବ୍ୟବହାର କରୁଥିବା ସହ ବିନାୟକ ସିଂହଙ୍କୁ ୨୦୧୦ରେ ଦେଶଦ୍ରୋହ ମାମଲାରେ ଅପରାଧୀ ଘୋଷଣା କରିବା ସତ୍ୱେ କଂଗ୍ରେସ ତାଙ୍କୁ ନୀତି ଆୟୋଗରେ ନିଯୁକ୍ତି କରିଥିବା ସେ କହିଛନ୍ତି । ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ପ୍ରବକ୍ତା । କୋରେଗାଓଁ ହିଂସାରେ ଗିରଫ ହୋଇଥିବା ମାହେଶ ରାଓତଙ୍କ ମାମଲାରେ ରମେଶ ପୃଥ୍ୱୀରାଜ ଚୌହାନଙ୍କୁ ପତ୍ର ଲେଖିଥିଲେ । ସେ ଜଣେ ଭଲ ଲୋକ ହୋଇଥିବା ଜୟରାମ କହିଥିଲେ । କିନ୍ତୁ ମହେଶ ୭୬ଜଣ ସିଆରପିଏଫ୍ ଯବନାଙ୍କ ହତ୍ୟା ଘଟଣାରେ ନକ୍ସଲଙ୍କ ସମର୍ଥନରେ ବାହାରିଥିବା ସମ୍ବିତ କହିଛନ୍ତି ।

ଏହାସହ ୨୦୧୪ ଲୋକସଭାରେ କଂଗ୍ରେସ ଜାରି କରିଥିବା ପ୍ରତିବନ୍ଧକ ସଂଗଠନ ତାଲିକାରେ ବାରବାର ରାଓଙ୍କ ସଂଗଠନର ନାମ ଥିଲା । କିନ୍ତୁ ବର୍ତ୍ତମାନ କଂଗ୍ରେସ ଏହି ସଂଗଠନ ପାଇଁ ବାହାରି ମାଓବାଦୀଙ୍କ ସହ ଥିବା ପ୍ରମାଣିତ କରିଛି ।

ମାଓବାଦୀଙ୍କୁ ଫଣ୍ଡ ଯୋଗାଇବା ତାଲିକାରେ ଦିଗବିଜୟ ସିଂହଙ୍କ ନାମ ରହିଛି ଯିଏ ରାହୁଲ ଗାନ୍ଧିଙ୍କ ଗୁରୁ ବୋଲି ସମ୍ବିତ ପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ