Connect with us

ଦେଶ

କଂଗ୍ରେସରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବ କଂଗ୍ରେସୀ ତାରିକ ଅନଓ୍ଵର

ସାଙ୍କେତିକ ଚିତ୍ର

କଂଗ୍ରେସରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବ କଂଗ୍ରେସୀ ତାରିକ ଅନଓ୍ଵର
ନୂଆଦିଲ୍ଲୀ :- ଗତମାସରେ ଦଳ ଛାଡ଼ିଥିବା ଏନସିପିର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାରିକ ଅନଓ୍ଵର ଆଜି କଂଗ୍ରେସ ଦଳରେ ସାମିଲ ହୋଇ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଶ୍ରୀ ଅନଓ୍ଵର କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସେ କଂଗ୍ରେସ ଦଳରେ ମିଶିଥିବା ନେଇ ଶ୍ରୀ ଗାନ୍ଧୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ତାରିକ ଅନଓ୍ଵର ଗତମାସରେ ଏନସିପିରୁ ଇସ୍ଥଫା ଦେବା ସହିତ ଲୋକସଭାର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ । ଶ୍ରୀ ଅନଓ୍ଵର ୧୯୮୦ ମସିହାରେ ବିହାର ପିସିସି ସଭାପତି ଥିଲେ । କିନ୍ତୁ ୧୯୯୯ ମସିହାରେ ଶ୍ରୀ ଅନଓ୍ଵର ମହାରାଷ୍ଟ୍ରର ଶରଦ ପାଓ୍ଵାର, ମେଘାଳୟର ପିଏ ସାଙ୍ଗମାଙ୍କ ସହିତ ମିଶି ଏନସିପି ଗଠନ କରିଥଲେ । ପରେ ଏନସିପି କଂଗ୍ରେସ ସହିତ ମେଣ୍ଟ କରିଥିଲା ଓ ଅନଓ୍ଵର ୟୁପିଏ-୨ ସରକାରରେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ