Connect with us

ଦେଶ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ସାଙ୍କେତିକ ଚିତ୍ର

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

କେନ୍ଦୁଝର:- ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ ଜଣ ଯବାନ ସହିଦ ଓ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଓଡ଼ିଆ ଯବାନ ବିଏମ୍‌ ବେହେରା (୪୩) ଏହି ବିସ୍ଫୋରଣରେ ସହିଦ ହୋଇଛନ୍ତି । ସେ ନନ୍ଦୁଆ ଗାଁ, ପଞ୍ଚାୟତ- ବଳରାମପୁର, ବ୍ଲକ-ଘସିପୁରା,ଜିଲ୍ଲା -କେନ୍ଦୁଝର ର ବାସିନ୍ଦା ଅଟନ୍ତି । ସେ ସପରିବାର ଛତିଶଗଡ଼ରେ ରହୁଥିଲେ ମଧ୍ୟ କିଛିବର୍ଷ ଧରି ନିଜ ଗାଁକୁ ଆସିପାରିନଥିଲେ । ସହିଦ ଖବର ପାଇବା ପରେ ତାଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପଂଚାୟତର ଲୋକମାନେ ଏକତ୍ରିତ ହୋଇ ଦୁଃଖରେ ଖବରକୁ ନେଇ ଚର୍ଚା କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ