Connect with us

ଦେଶ

‘ଓଡିଶା ରସଗୋଲା’ ଓ ‘ବଙ୍ଗଳା ରସଗୋଲା’କୁ ମିଳିଲା ଜିଆଇ ମାନ୍ୟତା

ସାଙ୍କେତିକ

‘ଓଡିଶା ରସଗୋଲା’ ଓ ‘ବଙ୍ଗଳା ରସଗୋଲା’କୁ ମିଳିଲା ଜିଆଇ ମାନ୍ୟତା
ଭୁବନେଶ୍ୱର, ୨୯ ଜୁଲାଇ – ଓଡ଼ିଶାର ରସଗୋଲାକୁ ଜିଓଗ୍ରାଫିକ୍ ଇଣ୍ଡିକେସନ୍ ବା ଜିଆଇ ମାନ୍ୟତା ମିଳିଛି । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ଏହି ମାନ୍ୟତା ମିଳିଥିବା ନେଇ ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢ଼େଇରେ କେହି ନିରାଶ ହୋଇନାହାନ୍ତି ।
ଓଡ଼ିଶା ରସଗୋଲା ଜି.ଆଇ ମାନ୍ୟତା ପାଇବା ସହିତ ‘ବଙ୍ଗଳା ରସଗୋଲା’କୁ ମଧ୍ୟ ମିଳିଛି ମାନ୍ୟତା ।
ସୂଚନାଯୋଗ୍ୟ ଯେ , ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ “ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା । ଏହାପରେ ଜିଓଗ୍ରାଫିକାଲ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ମଗାଯାଇଥିଲା । ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା । ଏହାପରେ ୨୦୧୯ ମାର୍ଚ୍ଚ ୨୭ ତାରିଖରେ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଜର୍ଣ୍ଣାଲରେ ଜନସାଧାରଣଙ୍କ ଅବଗତି ଓ ଆପତି ନିମିତ ପ୍ରକାଶ କରାଯାଇଥିଲା । ନିୟମ ଅନୁସାରେ ଏହି ବିଜ୍ଞପ୍ତିକୁ ୪ ମାସ ଧରି ଜିଆଇ ରେଜିଷ୍ଟ୍ରିର ୱେବସାଇଟରେ ଜନସାଧାରଣଙ୍କ ଆପତି ପ୍ରକାଶ ଲାଗି ରଖାଯାଇଥିଲା । ୪ମାସ ପରେ ଆଜି ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ଦିଆଯାଇଛି ।
ରସଗୋଲା ଉତ୍ପତିର ଇତିହାସ ଓଡ଼ିଶାରେ ବହୁ ପ୍ରାଚୀନ ଓ ପୁରାତନ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ “ନିଳାଦ୍ରୀ ବିଜେ’ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତରଫରୁ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନଭଞ୍ଜନ କରିବାର ପ୍ରଥା ରହିଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଭିତରଛ ସେବକ ଏହି ସେବା ମନ୍ଦିରରେ କରିଥାନ୍ତି । ବଳରାମ ଦାସଙ୍କ ଦ୍ୱାରା ପଂଚଦଶ ଶତାବ୍ଦୀରେ ଓଡ଼ିଆରେ ଲିଖିତ ଦାଣ୍ଡି ରାମାୟଣର ଅଯୋଧ୍ୟାକାଣ୍ଡରେ ରସଗୋଲା ସମ୍ବନ୍ଧରେ ବର୍ଣ୍ଣିତ ଅଛି । ରାମଚନ୍ଦ୍ର ବନବାସରେ ଥିବା ସମୟରେ ତାଙ୍କୁ ଫେରାଇ ଆଣିବା ପାଇଁ ଭାଇ ଭରତ ଓ ଶତ୍ରୁଘ୍ନ ଯିବା ସମୟରେ ଋଷି ଭରଦ୍ୱାଜଙ୍କ ଆତିଥ୍ୟ ଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କୁ ଛେନାରେ ତିଆରି ରସଗୋଲା ଅର୍ପଣ କରାଯାଇଥିଲା ।
ଏହାକୁନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକାଂଶ ଜନସାଧାରଣ ଏହାକୁ ବିଦ୍ରୁପ କରିଛନ୍ତି ରସଗୋଲା କାହାର ନୁହିଁ । ଯେ କୌଣସି ରାଜ୍ୟ ନିଜ ନାଁରେ ଜି ଆଇ ଟ୍ୟାଗ ପାଇଁ ଆବେଦନ କରିପାରିବେ । ଅନ୍ୟ କିଛି ଲୋକ ଏହାକୁନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ