Connect with us

ଦେଶ

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଲାଲ ହମଲା :- ତିନି ଜଣ ମୃତ l

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଲାଲ ହମଲା :- ତିନି ଜଣ ମୃତ l

ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତରେ ଲାଲ ହମଲା l

ଜଣେ ବିଧାୟକ ଓ ଆଉ ଜଣେ ପୂର୍ବତନ ବିଧାୟକଙ୍କ ସହିତ ବବ୍ୟକ୍ତିଗତ ସହାୟକ ମାଓବାଦୀଙ୍କ ଗୁଳିରେ ମୃତ । 

ବିଶାଖାପାଟନମ୍‌ /ମାଲକାନଗିରି ୨୩।୯: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ ଜିଲା ଓ ଓଡିଶାର ମାଲକାନଗିରି ସୀମାନ୍ତରେ ଅବସ୍ଥିତ ଅରାକୁ ଘାଟିରେ ରବିବାର ମାଓବାଦୀମାନେ ଟିଡିପି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସହିତ ଅନ୍ୟ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଘଟଣାସ୍ଥଳରରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଅନ୍ୟଜଣକ ମୃତ ସର୍ବେଶ୍ୱର ରାଓଙ୍କର ବ୍ୟକ୍ତିଗତ ସହାୟକ ବୋଲି ଜଣାପଡିଛି । ଏହି ଅମାନୁଷିକ କାଣ୍ଡ ମାଓବାଦୀମାନେ ଘଟାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ କିଦାରି ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଶିବାରୀ ସୋମା ସରକାରୀ ଯୋଜନା ‘ଗ୍ରାମଦର୍ଶୀ’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡୂମ୍ବ୍ରିଗୁଡ଼ା ମଣ୍ଡଳର ତୋଟାଙ୍ଗୀ ପଞ୍ଚାୟତର ଲିପିଟିପୁଟ୍ଟୁ ଗ୍ରାମକୁ ଯାଉଥିବା ବେଳେ ୬୦ରୁ ଊର୍ଧ୍ୱ ମାଓବାଦୀ ସେମାନଙ୍କୁ ଘେରି ଯାଇ ବନ୍ଧକ ରଖିଥିଲେ । ପରେ ସର୍ବସମ୍ମୁଖରେ ଏହି ଦୁଇ ରାଜନେତାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

ଉଭୟ ନେତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ସହିତ ମୃତ ସର୍ବେଶ୍ୱର ରାଓଙ୍କର ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ଘଟଣାସ୍ଥଳରେ ପଡ଼ିରହିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହଗୁଡିକୁ ଜବତ କରିବା ସହ ବ୍ୟବଛଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

More in ଦେଶ