Connect with us

ଦେଶ

ଏଫ୍ଟିଆଇଆଇ ଅଧ୍ୟକ୍ଷ ପଦରୁ ଅନୁପମଙ୍କ ଇସ୍ତଫା

ସାଙ୍କେତିକ ଚିତ୍ର

ଏଫ୍ଟିଆଇଆଇ ଅଧ୍ୟକ୍ଷ ପଦରୁ ଅନୁପମଙ୍କ ଇସ୍ତଫା
ନୂଆଦିଲ୍ଲୀ,୩୧ା୧୦ : ପ୍ରଖ୍ୟାତ ଅଭିନେତା ଅନୁପମ ଖେର ଭାରତୀୟ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନ (ଏଫ୍ଟିଆଇଆଇ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ସେ ଇସ୍ତଫା ଦେଇଥିବା କହିଛନ୍ତି । ୨୦୧୭ ଅକ୍ଟୋବରରେ ଅନୁମପ ଖେରଙ୍କୁ ଫିଲ୍ମ ଏବଂ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୫ରେ ନିଯୁକ୍ତି ପାଇଥିବା ଗଜେନ୍ଦ୍ର ଚୌହାନଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ ଏଫ୍ଟିଆଇଆଇ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୩ବର୍ଷ ହୋଇଥାଏ । କିନ୍ତୁ ଅନୁପମ ଖେର ଏକବର୍ଷ ମଧ୍ୟରେ ହିଁ ଇସ୍ତଫା ଦେଇଛନ୍ତି । ଅନୁପମ ଖେର ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ରେ ବ୍ୟସ୍ତ ଅଛନ୍ତି । ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଯାଇଛି । ସେ ଏଥିରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ