Connect with us

ଦେଶ

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ସାଙ୍କେତିକ ଚିତ୍ର

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ (ଏକତା ପ୍ରତିମୂର୍ତ୍ତି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଏହି ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ଦୁଇଗୁଣ ଅଧିକ ।

ଗୁଜୁରାଟର ନର୍ମଦା ଜିଲ୍ଲା କେଭାଡିଆଠାରେ ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ମୋଦି କହିଛନ୍ତି ଯେ, ଆଜି ସାରାଦେଶ ରାଷ୍ଟ୍ରୀୟ ଏକତା ଦେଶ ପାଳନ କରୁଛି । ଆଜି ହେଉଛି ସେହିଦିନ ଯାହା ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଭାରତ ସ୍ୱାଧୀନ ହେବାର ଦୀର୍ଘ ଦିନ ପରେ ଆଜି ଦେଶ ସର୍ଦ୍ଦାରଙ୍କ ବିରାଟ ବ୍ୟକ୍ତିତ୍ୱକୁ ଜାଗ୍ରତ କରିବାର କାମ କରିଛି । ପୃଥିବୀରୁ ନେଇ ଆକାଶ ଯାଏଁ ସର୍ଦ୍ଦାରଙ୍କ ଅଭିଷେକ କରାଯାଉଛି । ଏହା ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ । ଏହା ତାଙ୍କର ସୌଭାଗ୍ୟ କି ସେ ସର୍ଦ୍ଦାରଙ୍କ ବିଶାଳ ପ୍ରତିମାକୁ ସମର୍ପିତ କରିଛନ୍ତି । ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହାର ପରିକଳ୍ପନା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଭାବେ ଏହି ଦାୟିତ୍ୱ ନେବେ ବୋଲି ଭାବି ନଥିଲେ । ଏହି କାର୍ଯ୍ୟ ପାଇଁ ଗୁଜୁରାଟ ଜନତା ତାଙ୍କୁ ସମର୍ଥନ କରିଛନ୍ତି ।

ଏହାର ନିର୍ମାଣ ପୂର୍ବରୁ ଆରମ୍ଭ ହୋଇଥିବା ଲୌହ ସଂଗ୍ରହ ଅଭିଯାନରେ ଲୁହାର ପ୍ରଥମ ଅଂଶ ତାଙ୍କୁ ଦିଆଯାଇଥିଲା । ସେ ନିଜେ ଏଥିନିମନ୍ତେ ଆଗକୁ ଆସି ମାଟି ଏବଂ ଲୌହ ଦାନ କରିଥିଲେ । ଏହି ‘ଏକତା ପ୍ରତିମୂର୍ତ୍ତି’ ନିର୍ମାଣ ମାଧ୍ୟମରେ ଭାରତର ସ୍ୱର୍ଣ୍ଣିମ ପୁତ୍ରଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି କି, ତାଙ୍କୁ ବିଗତ ଦିନର ସବୁ ସ୍ମୃତି ମନେ ପଡିଯାଉଛି । କୃଷକମାନେ ଏହି ପ୍ରତିମାକୁ ନିର୍ମାଣ କରିବା ପାଇଁ ଆନ୍ଦୋଳନ କରିଥିଲେ । ସର୍ଦ୍ଦାର ପଟେଲ ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଦେଶକୁ ଏକତା ସୂତ୍ରରେ ବାନ୍ଧିବାରେ ସଫଳ ହୋଇଥିଲେ । ଭାରତ ୫୫୦ରୁ ଅଧିକ ଛୋଟଛୋଟ ରାଜ୍ୟରେ ବିଭକ୍ତ ଥିଲା ।

ଯେତେବେଳେ ଭାରତର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିଲା । ସେତେବେଳେ ସର୍ଦ୍ଦାର ପଟେଲ ଆଶାର ଆଲୋକ ସାଜିଥିଲେ । ଗଣତନ୍ତ୍ର ଦିବସ ଭଳି ଆଜି ସାରା ଦେଶରେ ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀକୁ ବଡ ଆକାରରେ ପାଳନ କରାଯାଇଛି । ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଗୁଜୁରାଟ ରାଜ୍ୟପାଳ ଓ ପି.କୋହଲି, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନତ୍ରି ନୀତିନ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ, ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଓ ମୁଖ୍ୟ ସଚିବ ଜେଏନ୍ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ