Connect with us

ଦେଶ

ମିରଟ୍ ହତ୍ୟାକାଣ୍ଡ ୧୬ ପୂର୍ବତନ ପୋଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡ

ସାଙ୍କେତିକ ଚିତ୍ର

ମିରଟ୍ ହତ୍ୟାକାଣ୍ଡ
୧୬ ପୂର୍ବତନ ପୋଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ,୩୧ା୧୦ : ଦିଲ୍ଲୀ ହାଇକୋର୍ଟ ବୁଧବାର ୩୧ ବର୍ଷ ତଳର ବହୁ ଚର୍ଚ୍ଚିତ ମିରଟ୍ ହତ୍ୟାକାଣ୍ଡ ମାମଲାରେ ୧୬ଜଣ ପୂର୍ବତନ ପୋଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଉତ୍ତରପ୍ରଦେଶ ମିରଟର ହଶିମପୁରଠାରେ ୧୯୮୭ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪୨ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଟ୍ରାୟଲ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଦେଇଥିଲେ । ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ଆସିଥିଲା । ହାଇକୋର୍ଟ ଗଣହତ୍ୟା ବା ନରସଂହାର ବଦଳରେ ହତ୍ୟା ଶବ୍ଦର ପ୍ରୟୋଗ କରିଥିଲେ ।

ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଏବଂ ଜଷ୍ଟିସ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଆଇପିସି ଧାରାରେ ଉତ୍ତରପ୍ରଦେଶ ଆଞ୍ଚଳିକ ସଶସ୍ତ୍ର କନଷ୍ଟେବଳ (ପିଏସି)ର ୧୬ଜଣ ପୂର୍ବତନ ପୋଲିସ କର୍ମୀଙ୍କୁ ହତ୍ୟା, ଅପହରଣ, ଅପରାଧିକ ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ଉଦ୍ୟମରେ ଦୋଷୀ ପାଇଥିଲେ । ସମସ୍ତ ଅଭିଯୁକ୍ତ ଅବସର ଗ୍ରହଣ କରିସାରିଛନ୍ତି । ସୂଚନାଥାଉ କି, ୨୦୧୫ ମାର୍ଚ୍ଚ ୨୧ରେ ପ୍ରମାଣ ଅଭାବରୁ କୋର୍ଟ ୧୬ଜଣ ପୋଲିସ କର୍ମୀଙ୍କୁ ଦୋଷମୁକ୍ତ କରି ରାୟ ପ୍ରଦାନ କରିଥିଲେ । ଏଥିରେ ୧୯ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ପ୍ରମାଣ ନଷ୍ଟ ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ଅଭିଯୋଗ ଫର୍ଦ୍ଦ ରୁଜୁ ହୋଇଥିଲା ।

ଟ୍ରାୟଲ କୋର୍ଟଙ୍କ ରାୟ ବିରୋଧରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ଓ ଗଣହତ୍ୟାର ପୀଡିତମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସେପ୍ଟେମ୍ବର ୬ରେ ରାୟ ସଂରକ୍ଷିତ ରଖିଥିଲେ । ବୁଧବାର ଏହାର ରାୟ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ