Connect with us

ଅପରାଧ

ଏନକାଉଣ୍ଟର ରେ ୨ ମାଓବାଦୀ ନିହତ

ସାଙ୍କେତିକ

ଏନକାଉଣ୍ଟର ରେ ୨ ମାଓବାଦୀ ନିହତ
ପଦ୍ମପୁର :- ପଦ୍ମପୁର ନିକଟସ୍ଥ ପାଇକମାଳ ଗନ୍ଧମାର୍ଦ୍ଦନ ପାହାଡର ମନଭଙ୍ଗ ଗ୍ରାମରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇଜଣ ମାଓବାଦୀ ଆହତ ହୋଇଥିବାର ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସେଠାରୁ ୧୬ଟି ଜୀବନ୍ତ ଗୁଳି ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୂଚନାଥାଉ କି, ମଙ୍ଗଳବାର ସକାଳେ ମନଭଙ୍ଗ ଡ୍ୟାମ ନିକଟରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଥିଲା । ସେଠାରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଡିଭିଜନର ମାଓବାଦୀ ଏରିଆ କମାଣ୍ଡରଙ୍କ ନେତୃତ୍ୱରେ ୮/୧୦ ଜଣ ମାଓବାଦୀ ପାହାଡରୁ ଆସୁଥିବାର ପୋଲିସ ଦେଖିବାକୁ ପାଇଥିଲା । ତା’ପରେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପୋଲିସ ଟିମ୍ କହିଥିଲା । କିନ୍ତୁ ପୋଲିସକୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ପୋଲିସର ପାଲଟା ଗୁଳି ଚାଳନାରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ଦୁଇଜଣ ମାଓବାଦୀ ଆହତ ହୋଇଥିବାର ସନ୍ଦେହ କରାଯାଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ପାହାଡର ଚାରିପଟେ କମ୍ବିଂ ଅପରେସନ ଜାରି ରହିଛି । ବରଗଡ଼ ଏସପି ମୁକେଶ କୁମାର ଭାମୁ, ବରଗଡ଼ ଏସଡିପିଓ ଏନ ନାୟକ, ପଦ୍ମପୁର ଏସଡିପିଓ ଏଲ ଏନ ପଣ୍ଡା ଘଟଣା ସ୍ଥଳରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ