Connect with us

ଓଡିଶା

ନୂଆବର୍ଷରୁ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା

ସାଙ୍କେତିକ

ନୂଆବର୍ଷରୁ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା
ପୁରୀ :- ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଯିବ । ଭକ୍ତମାନେ ଏହି ତାଲିକା ଦେଖି ମହାପ୍ରସାଦ କିଣି ପାରିବେ । ତାଲିକାରେ ମହାପ୍ରସାଦର ଦର ସହ କୁଡୁଆର ଆକାର ମଧ୍ୟ ଉଲ୍ଲେଖ କରାଯିବ । ଏହାସହ ନୂଆବର୍ଷରେ ଶ୍ରୀମନ୍ଦିରରେ ଅନଲାଇନ ଟିକଟ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ଶ୍ରୀମନ୍ଦିର ପ୍ରଶାସନଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖ ଠାରୁ ଅନଲାଇନ ଟିକଟ ନିୟମ ଲାଗୁ କରାଯିବ ତାହା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଭକ୍ତମାନେ ଅନଲାଇନରେ ଟିକେଟ କାଟି ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । କିନ୍ତୁ ସାହାଣ ମେଲା ସମୟରେ ଭକ୍ତମାନେ ବିନା ଟିକେଟରେ ପାରମାଣିକ ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ସେବାୟତ ନିଯୋଗମାନେ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା