Connect with us

ଓଡିଶା

କାଳିଆ ଯୋଜନା ବିଜେଡ଼ିର ଏକ ନିର୍ବାଚନୀ ଚାଲ

ସାଙ୍କେତିକ

କାଳିଆ ଯୋଜନା ବିଜେଡ଼ିର ଏକ ନିର୍ବାଚନୀ ଚାଲ
କୃଷି ଋଣ ଛାଡ଼ ଓ ୫୦୦ ଟଙ୍କା ବୋନସ୍ ଦାବି କଲା କିଷାନ କଂଗ୍ରେସ
ଭୁବନେଶ୍ୱର:- ବିଜେଡ଼ି ସରକାରର କାଳିଆ ଯୋଜନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରି ବିଭିନ୍ନ ଅଂଚଳର ଶତାଧିକ ଚାଷୀଙ୍କୁ ନେଇ କଟକ ଜିଲ୍ଲା ବାରଙ୍ଗ ବ୍ଳକ ଅନ୍ତର୍ଗତ ଖଲର୍ଦ୍ଦାଠାରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ସଦାନନ୍ଦ ଓଝାଙ୍କ ସଭାପତିତ୍ୱରେ ଏକ ଚାଷୀ ପଂଚାୟତ ଅନୁଷ୍ଠିତ ହୋଇ ଯାଇଛି ।

ଉକ୍ତ ଚାଷୀ ପଂଚାୟତରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, କ଼ଟକ ଜିଲ୍ଲା କଂଗ୍ରେସ ସଭାପତି ଗୁରୁପଦ ନନ୍ଦ, ପୂର୍ବତନ ସାଂସଦ ତଥା ପିସିସି ଦଳିତ ସେଲ୍ ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ ପ୍ରମୁଖ ଅତିଥି ରୂପେ ଯୋଗଦେଇ ରାଜ୍ୟ ବିଜେଡ଼ି ସରକାର ଦୀର୍ଘ ୧୯ ବର୍ଷ ଶାସନ କାଳରେ ଚାଷୀଙ୍କୁ ସବୁ ଦିଗରୁ ଅଣଦେଖା ଓ ଠକିବା ପରେ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଯେଉଁ କାଳିଆ ଯୋଜନା ଘୋଷଣା କରିଛନ୍ତି ଏହା ବିଜେଡ଼ି ଦଳର ଏକ ଧୂଆଁବାଣ ଓ ନିର୍ବାଚନୀ ଚାଲ ବୋଲି ବକ୍ତାମାନେ କହିଛନ୍ତି ।

ଆଜି ପର୍ଯ୍ୟନ୍ତ ସରକାର ଚାଷୀ କିଏ ଓ ଭାଗଚାଷୀ କିଏ ଚିହ୍ନି ପାରିଲେ ନାହିଁ । ଭାଗଚାଷୀ ସମସ୍ୟା ଦୂର ହେଲା ନାହିଁ । ଚାଷୀ ଉତ୍ପାଦନ ଖର୍ଚ୍ଚର ମୂଲ୍ୟ ପାଉନାହିଁ । ଚାଷ ପାଇଁ ଜଳସେଚନର ବ୍ୟବସ୍ଥା କରାଗଲା ନାହିଁ । ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବିକ୍ରିବଟା ଓ ସଂରକ୍ଷଣ ପାଇଁ ସୁବିଧା ନାହିଁ । ଫସଲ ପାଇଁ ବୀମା ଟଙ୍କା ପୈଠ କରି ଠିକଣା ସମୟରେ ଚାଷୀ ବୀମା କ୍ଷତିପୂରଣ ପାଉ ନାହିଁ । ଫଳରେ ଅଭାବି ବିକ୍ରିର ଶିକାର ହୋଇ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା