Connect with us

ଦେଶ

ଏଣିକି ଆଧାରରେ ରହିବ ମୁଖ ଚିହ୍ନଟ ପ୍ରକ୍ରିୟା

ଏଣିକି ଆଧାରରେ ରହିବ ମୁଖ ଚିହ୍ନଟ ପ୍ରକ୍ରିୟା

ଏଣିକି ଆଧାରରେ ରହିବ ମୁଖ ଚିହ୍ନଟ ପ୍ରକ୍ରିୟା
ନୂଆଦିଲ୍ଲୀ,୨୪ା୮ : ଏଣିକି ଆଧାର ପାଇଁ ଫେସ୍ ରିକୋଗନିସନ୍ ବା ମୁଖ ଚିହ୍ନଟକୁ ବାଧ୍ୟତାମୂଳକ କରାଯିବ । ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ ଏଥିପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଫିଙ୍ଗର ପ୍ରିଣ୍ଟ, ଆଇ ସ୍କାନ୍ ସହିତ ଫେସ୍ ରିକୋଗନିସନ୍କୁ ଅତିରିକ୍ତ ତଥ୍ୟ ଭାବରେ ଗ୍ରହଣ କରାଯିବ । ବୟସାଧିକ କିମ୍ବା ମୂଲ ମଜୁରୀ ଲାଗୁଥିବା ପୁରୁଷ ଓ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ କାମ କରୁନଥିବାରୁ ଫେସ୍ ରିକୋଗନିସନ୍ ପ୍ରକ୍ରିୟା ଲାଗୁ ପାଇଁ କୁହାଯାଇଛି । ଗତ ଜୁନ୍ ୧୯ ତାରିକ ଓ ଅଗଷ୍ଟ ୧୭ ତାରିଖରେ ଏହି ନିର୍ଦ୍ଦେଶ ଆଧାର ସେବା ପ୍ରଦାନକାରୀ ଓ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯାଇଛି । ନିର୍ଦ୍ଦେଶନାମାର ଉଲ୍ଲଘଂନ କଲେ ଆଧାର ଆଇନ ୨୦୧୬ର ଧାରା ୪୨ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯାଇଛି । ନିର୍ଦ୍ଦେଶନାମାର ଉଲ୍ଲଘଂନ କଲେ ଆଧାର ଆଇନ ୨୦୧୬ର ଧାରା ୪୨ ଓ ୪୩ ଅନୁଯାୟୀ ଅପରାଧିକ କାର୍ଯ୍ୟକଳାପ ରୂପେ ବିବେଚନା କରାଯାଇ ଦଣ୍ଡବିଧାନ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ।

ୟୁଆଇଡିଏଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ଭୂଷଣ ପାଣ୍ଡେଙ୍କ ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ସବୁ ଆଧାରଧାରୀ ଓ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହେବ । ପ୍ରାଥମିକ ପର୍ଯ୍ୟାୟରେ ସେପ୍ଟେମ୍ବର ୧୫ ତାରିଖରୁ ସିମ୍ କାର୍ଡ ପ୍ରଦାନ ବେଳେ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ । ଟେଲିକମ୍ ଅପରେଟରମାନେ ଅତିକମରେ ସେମାନଙ୍କ ୧୦% ସିମ୍ କାରବାର ଫେସ୍ ରିକୋଗନିସନ୍ ଜରିଆରେ କରିବେ । ନଚେତ୍ ଉକ୍ତ ସିମ୍ ଦ୍ୱାରା ହୋଇଥିବା ପ୍ରତି କଲ୍ ପିଛା ୨୦ ପଇସା ହାରରେ ଜରିମାନା ଆଦାୟ କରାଯିବ ।

ଆଧାର ଭିତ୍ତିକ ସ୍ୱୀକୃତି ପାଇଁ ଏବେ କେବଳ ଉଦ୍ଦିଷ୍ଟ ଉପକରଣରେ ଆଙ୍ଗୁଠି ରଖିବାକୁ ପଡୁଛି । କିନ୍ତୁ ଏହି ନିୟମ କଡାକଡି ହେବା ପରେ ଆଧାରଧାରୀଙ୍କ ଚେହେରାକୁ ସେବା ପ୍ରଦାନକାରୀ ଏକ ୱେବ୍କ୍ୟାମ୍ ମାଧ୍ୟମରେ ଉତ୍ତୋଳନ କରିବେ । ଫିଙ୍ଗର ଫ୍ରିଣ୍ଟ ଓ ଆଇ ସ୍କାନ୍ ସହିତ ଫେସ୍ ରିକୋଗନିସନ୍ ତଥ୍ୟ ୟୁଏଡିଆଇଏ ନିକଟକୁ ପଠାଯିବ । ଆଧାରଧାରୀଙ୍କ ଫଟୋ ପୂର୍ବରୁ ୟୁଏଡିଆଇଏଙ୍କ ସର୍ଭରରେ ମହଜୁଦ୍ ଥିବାରୁ ୱେବ୍କାମ ଜରିଆରେ ପଠାଯାଇଥିବା ଫଟୋକୁ ମେଳାଇବାରେ କୌଣସି ଅସୁବିଧା ହେବନି । ପୂର୍ବରୁ ଥିବା ତଥ୍ୟ ସହିତ ସଦ୍ୟ ପ୍ରେରିତ ତଥ୍ୟ ମେଳ ଖାଇଲେ ୟୁଏଡିଆଇଏ ପକ୍ଷରୁ ଏକ ମେସେଜ୍ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ପାଖକୁ ଆସିବ ଏବଂ ପରିଚୟକୁ ସ୍ୱୀକୃତ ବୋଲି ଧରି ନିଆଯିବ । ଆଧାରରେ ବୈଧତା ପ୍ରସଙ୍ଗ ସୁପ୍ରିମକୋର୍ଟ ରେ ବିଚାରାଧୀନ ଥିବା ବେଳେ ୟୁଏଡିଆଇଏଙ୍କ ସଦ୍ୟ ନିର୍ଦ୍ଦେଶନାମା ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ