Connect with us

ଦେଶ

“ଏକସଙ୍ଗେ ନିର୍ବାଚନ କରିବା ଅସମ୍ଭବ’-ମୁଖ୍ୟ ନିର୍ବାଚନ କମିଶନର l

"ଏକସଙ୍ଗେ ନିର୍ବାଚନ କରିବା ଅସମ୍ଭବ'-ମୁଖ୍ୟ ନିର୍ବାଚନ କମିଶନର l

“ଏକସଙ୍ଗେ ନିର୍ବାଚନ କରିବା ଅସମ୍ଭବ’
ନୂଆଦିଲ୍ଲୀ,୨୩ା୮ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ କରିବା ସମ୍ଭାବନା ଆଦୌ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି.ରାୱତ । ଏକ ଆଇନଗତ ଢାଞ୍ଚା ଅଭାବରେ ଏପରି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ସାମ୍ବାଦିକମାନଙ୍କୁ ସେ ଏକଥା କହିଛନ୍ତି ।

ସେ କହିଛନ୍ତି ଯେ, ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ । କେବଳ ଏତିକି ନୁହେଁ ଏଥିପାଇଁ କେତେକ ବ୍ୟବହାରିକ ପ୍ରତିବନ୍ଧକ ରହିଛି । ଏକାସହିତ ନିର୍ବାଚନ କରିବା ପାଇଁ ବିପୁଳ ପରିମାଣର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍) ଓ ଭିଭିପ୍ୟାଟ ଆବଶ୍ୟଖ । କିନ୍ତୁ ଏତେ ପରିମାଣର ମେସିନ ଏତେ କମ ସମୟ ମଧ୍ୟରେ ଯୋଗାଡ କରିବା କଷ୍ଟକର ।

ଏହାପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ବିଜେପି ସରକାର ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ସହ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ