Connect with us

ଦେଶ

ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ମୁଲାପେରିୟାର ଡ୍ୟାମ୍ ଜଳସ୍ତର ୧୩୯ ଫୁଟ୍ ରଖ

ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ମୁଲାପେରିୟାର ଡ୍ୟାମ୍ ଜଳସ୍ତର ୧୩୯ ଫୁଟ୍ ରଖ

ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ , ମୁଲାପେରିୟାର ଡ୍ୟାମ୍ ଜଳସ୍ତର ୧୩୯ ଫୁଟ୍ ରଖ
ନୂଆଦିଲ୍ଲୀ,୨୪ା୮ : କେରଳରେ ପ୍ରଳୟଙ୍କରୀ ବନ୍ୟା ବିଭୀଷିକାକୁ ଦୃଷ୍ଟିରେ ରଖି ମୁଲାପେରିୟାର ଜଳଭଣ୍ଡାର ଜଳସ୍ତର ଅଗଷ୍ଟ ୩୧ ପର୍ଯ୍ୟନ୍ତ ୧୩୯ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ ତାମିଲନାଡୁ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଏହି ଡ୍ୟାମ ଜଳସ୍ତର ପରିଚାଳନା ଲାଗି ଉଦ୍ଦିଷ୍ଟ କମିଟିର ନିର୍ଦ୍ଦେଶାବଳୀ ପାଳନ କରିବା ତଥା ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିବାରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଉଭୟ ତାମିଲନାଡୁ ଏବଂ କେରଳ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଡ୍ୟାମ୍ର ଜଳସ୍ତର ସୁପ୍ରିମକୋର୍ଟଙ୍କ ଦ୍ୱାରା ପୂର୍ବରୁ ଅନୁମୋଦ୍ୟ ସ୍ତରଠାରୁ ୨ ଫୁଟ୍ ତଳକୁ ଅର୍ଥାତ୍ ୧୩୯ଫୁଟ୍ ରଖିବା ଲାଗି ଅଗଷ୍ଟ ୨୩ରେ ଡ୍ୟାମର ଜଳସ୍ତର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି ଜଳଭଣ୍ଡାରର ଜଳସ୍ତର ସୀମା ନିର୍ଦ୍ଧାରଣ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବ ବୋଲି ତାମିଲନାଡୁ ସରକାର ଅଭିଯୋଗ କରିଥିଲେ । ମାତ୍ର କମିଟିର ନିଷ୍ପତ୍ତି ତର୍ଜମା ପରେ କେରଳରେ ବିପର୍ଯ୍ୟୟ ପରିଚାଳନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏମ୍ଏମ୍ ଖାନ୍ୱିଲକର ଓ ଡି.ୱାଇ ଚନ୍ଦ୍ରଚୂଡଙ୍କ ପୀଠ ସ୍ପଷ୍ଟ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ ହେବ । ଏହି ସମୟ ମଧ୍ୟରେ ନିଜ ନିଜ ପ୍ରତିକ୍ରିୟା ଅଦାଲତରେ ଦାଖଲ କରିବାକୁ କେରଳ,ପୁଡୁଚେରୀ, ତାମିଲନାଡୁ ଏବଂ କର୍ଣ୍ଣାଟକ ସରକାରଙ୍କୁ ପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ମୁଲାପେରିୟାର ଡ୍ୟାମରୁ ହଠାତ୍ ଜଳ ନିଷ୍କାସନ କେରଳରେ ପ୍ରୟଳଙ୍କାରୀ ବନ୍ୟାର ଅନ୍ୟତମ ପ୍ରମୁଖ କାରଣ ବୋଲି ଗୁରୁବାର ଶୁଣାଣି ବେଳେ କେରଳ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ । ୩.୪୮ କୋଟି କେରଳବାସୀଙ୍କ ମଧ୍ୟରୁ ୫୪ଲକ୍ଷ ସିଧାସଳଖ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ । ମାତ୍ର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପାଲାଇନାସାମୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି, କେରଳରେ ବନ୍ୟା ହେବାର ଏକ ସପ୍ତାହ ପରେ ମୁଲାପେରିୟାର ଡ୍ୟାମରୁ ଜଳ ନିଷ୍କାସନ କରାଯାଇଥିଲା । ବନ୍ୟା ପରେ ପରେ ତୁରନ୍ତ ଡ୍ୟାମ ଜଳ ଛଡାଯାଇ ନଥିଲା । ବରଂ ଏଥିନେଇ ଡ୍ୟାମ୍ ଜଳସ୍ତର ୧୩୯,୧୪୧ ଏବଂ ୧୨୪ ଫୁଟ୍ ଥିବା ବେଳେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସତର୍କ ସୂଚନା ଜାରି କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ