Connect with us

ଦେଶ

ତୀର୍ଥଯାତ୍ରା ହେଲା ଶେଷଯାତ୍ରା l ଖାଇରେ ବସ୍ ଖସି ୫୨ ମୃତ l

ତୀର୍ଥଯାତ୍ରା ହେଲା ଶେଷଯାତ୍ରା l ଖାଇରେ ବସ୍ ଖସି ୫୨ ମୃତ l

ତୀର୍ଥଯାତ୍ରା ହେଲା ଶେଷଯାତ୍ରା l ଖାଇରେ ବସ୍ ଖସି ୫୨ ମୃତ l
ହାଇଦ୍ରାବାଦ,୧୧ା୯ : ତେଲେଙ୍ଗାନାର ଜଗିତିଆଲ୍ ଜିଲ୍ଲାରେ ସଡକ ପରିବହନ ନିଗମର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୬ଜଣ ଶିଶୁଙ୍କ ସମେତ ୫୨ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଏବଂ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ବସଟି କୋଣ୍ଡାଗାଟ୍ଟୁରୁ ଜଗିତିଆଲ୍ ଫେରୁଥିବା ବେଳେ ଶନିବାର ପେଟ୍ ଗାଁ ନିକଟରେ ଥିବା ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ଖସି ପଡିଥିଲା । ବସଟି ୭୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୧୧.୪୫ମିନିଟରେ ଅପରାହ୍ନ ମଧ୍ୟରେ ଦୁର୍ଘଟଣଶ ଘଟିଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ମଙ୍ଗଳବାର ହୋଇଥିବାରୁ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ପର୍ବତ ଉପରେ ଆଞ୍ଜନେୟ ସ୍ୱାମୀଙ୍କ ଦର୍ଶନ ପାଇଁ ଯାଇଥିଲେ । ଘାଟିରୁ ଫେରିବା ସମୟରେ ବସଟି ବ୍ରେକ୍ ଫେଲ ହୋଇ ଦୁର୍ଘଟଣା ଘଟିଥିଲା ।

ରାଜ୍ୟ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ହୃଦୟବିଦାରକ ଦୁର୍ଘଟଣାରେ ଗଭୀର ଶୋକ ପ୍ରକଟ କରିଛନ୍ତି । ସେ ଆହତଙ୍କୁ ଉନ୍ନତ ଚିକିତ୍ସା ଉପଲବ୍ଧ କରିବାକୁ ଆଦେଶ ଦେଇଛନ୍ତି । ଏହାସହିତ ରାଜ୍ୟ ସରକାର ମୃତକଙ୍କ ପରିଜନଙ୍କ ପ୍ରତି ୫ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ