Connect with us

ଦେଶ

ଦୁଇଦିନିଆ ଭାରତ ଗସ୍ତରେ ଋଷ ରାଷ୍ଟ୍ରପତି

ସାଙ୍କେତିକ ଚିତ୍ର

ଦୁଇଦିନିଆ ଭାରତ ଗସ୍ତରେ ଋଷ ରାଷ୍ଟ୍ରପତି
ନୂଆଦିଲ୍ଲୀ,୪ା୧୦ : ଦୁଇଦିନିଆ ଭାରତ ଗସ୍ତରେ ଆସି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପହଂଚିଛନ୍ତି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଅଣୁ ରିଆକ୍ଟର ସ୍ଥାପନ, ଭାରତୀୟ ମହାକାଶଚାରୀଙ୍କ ପ୍ରଶିକ୍ଷଣ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୫ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ଚୁକ୍ତି ସମ୍ପାଦିତ ହେବାର ସମ୍ଭାବନା ରହିଛି । ଏହି ୫ ବିଲିୟନ ଡଲାର ପ୍ରତିରକ୍ଷା ସାମଗ୍ରୀ ମଧ୍ୟରେ ରହିଛି ୨ ବିଲିୟନ ଡଲାର ମୂଲ୍ୟର ଏସ-୪୦୦ କ୍ଷେପଣାସ୍ତ୍ର, ୨ ବିଲିୟନ ଡଲାର ମୂଲ୍ୟର ୪ଟି କ୍ରିଭାକ୍-ଶ୍ରେଣୀର ଫ୍ରିଗେଟ୍ ଏବଂ ୧ ବିଲିୟନ ଡଲାର ମୂଲ୍ୟର ୨୦୦ଟି ହାଲ୍କା କା-୨୨୬ ହେଲିକପ୍ଟର । ହେଲିକପ୍ଟର କ୍ରୟ ସମ୍ବନ୍ଧିତ ସବୁ ପ୍ରକାର ସର୍ତାବଳୀ ଚୂଡାନ୍ତ ହୋଇ ସାରିଛି । ସେ ମଧ୍ୟରୁ ୬୦ ହେଲିକପ୍ଟର ରୁଷ୍ରେ ନିର୍ମିତ ହେବାକୁ ଥିବା ବେଳେ ବଳକା ୧୪୦ଟି ହେଲିକପ୍ଟର ଭାରତରେ ନିର୍ମାଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ କଥାବାର୍ତାର ଯେଉଁ ଏଜେଣ୍ଡା ପ୍ରସ୍ତୁତ ହୋଇଛି ସେଥିରେ ଭାରତରେ ରୁଷ୍ ଦ୍ୱାରା ଦ୍ୱିତୀୟ ଅଣୁଶକ୍ତି କେନ୍ଦ୍ର ପ୍ରତିଷ୍ଠା ପ୍ରସଙ୍ଗ ସ୍ଥାନ ପାଇବ । ବର୍ତମାନ ରୁଷ ଦ୍ୱାରା କୁଡାନକୁଲମଠାରେ ସ୍ଥାପିତ ଭାରତର ସର୍ବ ବୃହତ ଅଣୁ ଶକ୍ତିକେନ୍ଦ୍ରର ସଂପ୍ରସାରଣ ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ