Connect with us

ଦେଶ

ନ୍ୟାସନାଲ ହେରାଲ୍ଡ ଖାଲି କରିବ କଂଗ୍ରେସ

ସାଙ୍କେତିକ

ନ୍ୟାସନାଲ ହେରାଲ୍ଡ ଖାଲି କରିବ କଂଗ୍ରେସ
ନୂଆଦିଲ୍ଲୀ,୨୧ା୧୨ : କଂଗ୍ରେସ ଦଳ ସହ ଅନୁବନ୍ଧିତ ତଥା ପ୍ରକାଶନ ସଂସ୍ଥାର ମୁଖ୍ୟାଳୟକୁ ଖାଲି କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାସନାଲ ହେରାଲ୍ଡର ମାଲିକାନା ଆସୋସିଏଟେଡ ଜର୍ନାଲ ଲମିଟେଡ ପାଖରେ ରହିଛି । ଏହି ମାଲିକାନା ସଂସ୍ଥା ୩୦ ଅକ୍ଟୋବରରେ ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା । ୫୬ ବର୍ଷର ପ୍ରକାଶନ ସଂସ୍ଥା ଏବେ ଚାଳିଥିବା ବେଳେ ଏହାକୁ ଖାଲି କରିବା ପ୍ରଚ୍ଛଦରେ କେଉଁ କାରଣ ରହିଛି ବୋଲି ମାଲିକାନା ସଂସ୍ଥା ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୂମି ଓ ଉନ୍ନ୍ୟନ କାର୍ଯ୍ୟାଳୟ (ଏଲ ଆଣ୍ଡ ଡିଓ) କୋର୍ଟରେ ଉତ୍ତର ରଖାଯାଇଥିଲା ।

ଦୀର୍ଘ ୧୦ ବର୍ଷ ମଧ୍ୟରେ ନ୍ୟାସନାଲ ହେରାଲ୍ଡ ମୁଖ୍ୟାଳୟରେ କୌଣସି ପ୍ରକାଶନ ହୋଇନଥିଲା । ବରଂ ଉକ୍ତ ମୁଖ୍ୟାଳୟକୁ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯାଉଥିଲା । ଏହି ପ୍ରକ୍ରିୟା ଚୁକ୍ତିକୁ ଅବମାନନା କରୁଥିବାରୁ ସରକାରଙ୍କ ପକ୍ଷରୁ ଉକ୍ତ ଚୁକ୍ତିକୁ ବାତିଲ କରି ଦିଆଯାଇଛି । ନ୍ୟାସନାଲ ହେରାଲ୍ଡ ମୁଖ୍ୟାଳୟକୁ ଖାଲି କରିବା ନିର୍ଦ୍ଦେଶ ଏହି ପ୍ରସଙ୍ଗକୁ ଭିନ୍ନ ମୋଡ ଦିଆଯାଇଛି । ବିଜେପି ଏହାକୁ ଏକ ଦୁର୍ନୀତି ବୋଲି ଦର୍ଶାଇବା ସହ କଂଗ୍ରେସ ଓ ଗାନ୍ଧି ପରିବାର ମଧ୍ୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲା । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୯୦ କୋଟିର ଏହି ସଂସ୍ଥାକୁ ଗାନ୍ଧି ପରିବାର ଶାଗମାଛ ମୂଲ୍ୟରେ କିଣି ନେଇ ବଡ ଧରଣର ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନ୍ୟାସନାଲ ହେରାଲ୍ଡର ପ୍ରତିଷ୍ଠା କରିଥିଲେ । ୨୦୦୮ରେ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାର ନ୍ୟାସନାଲ ହେରାଲ୍ଡକୁ ବନ୍ଦ କରି ଦିଆଯାଇଥିଲା । କଂଗ୍ରେସ ଦଳ ଓ ଗାନ୍ଧି ପରିବାର ସ୍ୱଳ୍ପ ମୂଲ୍ୟରେ ଏହି କ୍ଷତିକୁ ଭରଣ କରି ହଜାରେ କୋଟିର ସଂସ୍ଥାକୁ ଆତ୍ମସାତ କରିଥିବା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ