Connect with us

ଖେଳ

ଫେଡେରେସନ୍ କପ୍ ରେ ପୁଣି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ସାଙ୍କେତିକ

ଫେଡେରେସନ୍ କପ୍ ରେ ପୁଣି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ
ଭୁବନେଶ୍ୱର,୧୮ ମାର୍ଚ୍ଚ – ପଟିଆଲା ଠାରେ ·ଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ·ମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଂଟର ଦୂତୀ ·ନ୍ଦ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତିି । ପୂର୍ବରୁ ୨୦୦ମିଟରରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିଥିଲେ । ସୋମବାର ମହିଳାଙ୍କ ୧୦୦ ମିଟର ଫାଇନାଲକୁ ଦୂତୀ ୧୧.୪୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଇଭେଂଟରେ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରାନ୍ ୧୧.୭୨ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନ ହାସଲକରି ରୌପ୍ୟ ଏବଂ କେରଳର ରଙ୍ଗା କେ. ୧୧.୭୫ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ପାଇଛନ୍ତି ।
ସେହିପରି ଓଡିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ହେପ୍ଟାଥଲନରେ ରୌପ୍ୟ ପଦକ ଜିତିଛନ୍ତି । ପୂର୍ଣ୍ଣିମା ମୋଟ ୫୫୭୯ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି । ଏହି ଇଭେଂଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ୱେଷ୍ଟ ବେଙ୍ଗଲର ସ୍ୱପ୍ନା ବର୍ମନ ୫୯୦୧ ପଏଂଟ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତାମିଲନାଡୁର ଏମ. ସୌମିୟା ୫୨୯୨ ପଏଂଟ ସହ ବ୍ରୋଞ୍ଜ ପଦକ ହାସଲକରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ