Connect with us

ଅପରାଧ

ଆଜି ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣୀ

ସାଙ୍କେତିକ

ଆଜି ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣୀ
ଭୁବନେଶ୍ୱର,୨୬ ଅପ୍ରେଲ – ଶନିବାର ନିର୍ବାଚନ ଫ୍ଲାଇଂ ମାଜିଷ୍ଟ୍ରେଟଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍ ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍ ଆବେଦନର ଶୁଣାଣି କରାଯିବ । ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ମହାରଥୀଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶେଷ ହୋଇଯାଇଛି । ଅନ୍ୟପକ୍ଷରେ ମହାରଥୀ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି । ତେଣଉ ତାଙ୍କୁ ଜାମିନ୍ ମିଳୁଛି କି ନାହିଁ ତାହା ଜଣାପଡିବ ।

୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ଯ୍ୟନ୍ତ ଘୁଂଚା ଦିଅ ।ଯାଇଥିଲା । ଏହାପରେ ପ୍ରଦୀପ ମହାରଥୀ ଭୁବନେଶ୍ୱର ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୨୪ ତାରିଖରେ ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତରେ ହାଜର କରାଯାଇଥିଲା ।

ତେବେ ଅଦାଲତ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣିକୁ ୨୭ ତାରିଖକୁ ଘୁଂଚାଇ ଦେଇଥିଲେ । ମାମଲାର କେଶ ଡାଏରୀ ଓ ଇଞ୍ଜୋରୀ ରିପୋର୍ଟ ଆସି ନଥିବାରୁ ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିଲେ । ଅନ୍ୟପକ୍ଷରେ ଅଦାଲତ ପୁଲିସକୁ ଶନିବାର ସୁଦ୍ଧା କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଦାଲତ ଭୁବନେଶ୍ୱର ଝାଡ଼ପଡ଼ା ଜେଲ୍ କର୍ତୃପକ୍ଷଙ୍କୁ ମହାରଥୀଙ୍କର ସ୍ୱାସ୍ଥାବସ୍ଥା ନେଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ