Connect with us

ଅପରାଧ

ଆଜି ପୋଲସରା ଗଣ ଦୁଷ୍କର୍ମ ପୀଡିତାଙ୍କୁ ଭେଟିବ ମହିଳା କଂଗ୍ରେସ ଟିମ୍

ସାଙ୍କେତିକ ଚିତ୍ର

ଅନ୍ଧ ଧୃତରାଷ୍ଟ୍ର ଭଳି ଚୁପ୍ ବସିଛନ୍ତି ରାଜ୍ୟ ମୁଖିଆ
– ଆଜି ପୋଲସରା ଗଣ ଦୁଷ୍କର୍ମ ପୀଡିତାଙ୍କୁ ଭେଟିବ ମହିଳା କଂଗ୍ରେସ ଟିମ୍
ଭୁବନେଶ୍ୱର ଗଂଜାମ ଜିଲ୍ଲାର ପୋଲସରାରେ ଜଣେ ୮ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ରାତି ନପାହୁଣୁ ଶାସକ ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ ମା କୁ ସମ୍ମାନ ନାରା ଦେଉଥିବା ବେଳେ ପ୍ରତ୍ୟେକ ଦିନ ରାଜ୍ୟର ବାଳିକା ଓ ମହିଳାମାନେ ଗଣ ଦୁଷ୍କର୍ମର ଶୀକାର ହେଉଛନ୍ତି । ସବୁ ଦେଖି ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ଅନ୍ଧ ଧୃତରାଷ୍ଟ୍ର ଭଳି ଚୁପ୍ ହୋଇ କଣ ପାଇଁ ବସି ରହିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ବିଜୟଲକ୍ଷ୍ମୀ ସାହୁ ପ୍ରଶ୍ନ କରିଛନ୍ତି ।
ଆସନ୍ତାକାଲି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏମକେସିଜି ହସ୍ପିଟାଲ ଯାଇ ପୀଡିତା ଓ ତାଙ୍କ ପରିବାରବର୍ଗଙ୍କୁ ଭେଟିବ । ଏହା ସହିତ ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ