Connect with us

ଅପରାଧ

ଆଇଏଏସ୍ ବିଜୟ କେତନଙ୍କ ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀ

ସାଙ୍କେତିକ

ଆଇଏଏସ୍ ବିଜୟ କେତନଙ୍କ ପତ୍ନୀଙ୍କ ସାମ୍ବାଦିକ ସମ୍ମିଳନୀ
– ମୋ ସ୍ୱାମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇଛି

ଭୁବନେଶ୍ୱର, ୧୭ ଜାନୁଆରୀ – ଏକ ମିଥ୍ୟା ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରାଯାଇଛି । ଏକ ଲକ୍ଷ ଟଙ୍କା ଲାଂଚ ନେବା ଭଳି ଅଭିଯୋଗର କୌଣସି ସଠିକ ତଥ୍ୟ ପ୍ରମାଣ ଭିଜିଲାନ୍ସ ବିଭାଗ ପାଖରେ ନଥିବା ବେଳେ କେବଳ ଆକ୍ରୋଶମୂଳକ ଭାବେ ବିଜୟ କେତନଙ୍କୁ ଫଶାଇଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଚଢଉ କରାଯାଇଥିଲା । ମାତ୍ର ଚଢଉ ପରେ ଆୟବର୍ହିଭୁତ ସମ୍ପତି ଠୁଳ କରିବା କିମ୍ବା ବେଆଇନ ଭାବେ ସରକାରୀ ଅର୍ଥ ହେରଫେର କରିବା ଭଳି କୌଣସି ପ୍ରମାଣ ଭିଜିଲାନ୍ସର ହସ୍ତଗତ ହୋଇନାହିଁ ବୋଲି ଗିରଫ ଆଇଏଏସ୍ ଅଧିକାରୀ ବିଜୟ କେତନଙ୍କ ପତ୍ନୀ ତୁଷିମା ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି ଯେ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲାଂଚ ନେବା ଅଭିଯୋଗରେ ଗିରଫ କରାଯାଇଛି । ଏହା ର୍ପୂବରୁ ଭିଜିଲାନ୍ସ ବିଭାଗ ତାଙ୍କୁ ଏକ ମିଛ ମାମଲାରେ ଫସାଇବାକୁ ଯୋଜନା କରିଥିଲା । ମାତ୍ର ଏଥିରେ ସଫଳ ନହେବାରୁ ବିଲ ପାସ କରାଇବା ବାହାନାରେ ତାଙ୍କୁ ଏକ ମିଛ ମାମଲାରେ ଫସାଇଦିଆଗଲା । ୩୦ ଡିସେମ୍ବର ସୋମବାର ମଧ୍ୟାହ୍ନରେ ସେ ଏକ ମିଟିଂରେ ଥିବା ବେଳେ ହଠାତ ଭିଜିଲାନ୍ସ ଟିମ ପହଂଚି ଜେରା କରିବାକୁ କହି ତାଙ୍କୁ ନେଇଆସିଥିଲା । ଘରକୁ ଆଣି ଜେରା କରିବା ସମୟରେ ଉପସ୍ଥିତ ଅଧିକାରୀଙ୍କ ପାଖରେ ସର୍ଚ୍ଚ ୱାରେଂଟ ମଧ୍ୟ ନଥିଲା । ଘର ସର୍ଚ୍ଚ ଚାଲିଥିବା ବେଳେ ରାଜ୍ୟ ସରକାର ବିଜୟ କେତନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆସାରିଥିଲା । ତେବେ ସେ ପର୍ଯ୍ୟନ୍ତ ଭିଜିଲାନ୍ସ ହାତରେ ଅଭିଯୋଗ ନେଇ କୌଣସି ଠୋସ ପ୍ରମାଣ ଲାଗିନଥିଲା । ଏଥିରେ କି ପ୍ରଶ୍ନ ଉଠୁଛି କେବଳ ଜଣଙ୍କ ଅଭିଯୋଗ ଆଧାରରେ କିଭଳି ଜଣେ ଆଇଏଏସ ଅଫିସରଙ୍କୁ ନିଲମ୍ବନ କରାଗଲା ।
୧୦ ଜାନୁଆରୀ ପିପି(ଏଚକେ ସ୍ୱାଇଁ) କୋର୍ଟରେ କେସ ଡଏରୀ ଆଣିନଥିବା କହି ନିଜର ଅକ୍ଷମତା ପ୍ରକାଶ କରିଥିଲେ । ଯଦ୍ୱାରା ବିଜୟଙ୍କର ଜାମିନ ପ୍ରଦାନ ସମ୍ଭବ ହୋଇପାରିନଥିଲା । ଘଟଣାକୁ ଇତିମଧ୍ୟରେ ୧୨ ଦିନ ବିତିଥିଲା ବେଳେ ସେ କେମିତି କେସ ଡାଏରୀ ପ୍ରସ୍ତୁତ କରିନଥିଲେ । ୧୩ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟଡି ସରୁଥିବାରୁ ସେ ପର୍ଯ୍ୟନ୍ତ ତାଙ୍କର ବେଲ ହିଅରିଂ ବନ୍ଦ କରିବାର ତାଙ୍କର ଉଦ୍ଦେଶ୍ୟ ଥିଲା । ୧୫ ତାରିଖରେ ସେହି ପିପି ପୁରୁଣା କଥାକୁ ଦୋହରାଇ କହିଥିଲେ ଯେ ତାଙ୍କୁ ଯଦି ଜାମିନ ଦିଆଯିବ ତେବେ ସମାଜକୁ ଏକ ଖରାପ ବାର୍ତା ଯିବ ।
ବିଜୟ ଏଭଳି ବିନା ଦୋଷରେ ଜେଲ୍ ଭୋଗ କରୁଥିବାରୁ ମାନସିକ ଦୁଶଚିନ୍ତା, ଲଜ୍ଜା ଅପମାନରେ ଅଛନ୍ତି କାଲି ଯଦି ମୋ ସ୍ୱାମୀଙ୍କର ଯଦି କିଛି କ୍ଷତି ହେଲା ତେବେ ସରକାରୀ , ଓଡିଶା ଭିଜିଲାନ୍ସ ବିଭାଗ , ନିମ୍ନ ଅଦାଲତ ଏବଂ ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ଦାୟୀ ରହିବେ । ଉଚ୍ଚନ୍ୟାୟଳାୟଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ମୋ ସ୍ୱାମୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରାଦନ କରିବା ସହ ବିଜୟ ଜେଲ୍‌ରୁ ମୁକୁଳିବା ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦା ଉଠିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ