Connect with us

ଅପରାଧ

ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ l

ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ l

ନୂଆଦିଲ୍ଲୀ : ଓଡିଶା, ଓଡ଼ିଆ ଜାତି , ଓଡ଼ିଶାର ଐତିହ ଓ ବିଧାନସଭା ସଦସ୍ୟଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଯାଇଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ କୋଣାର୍କ ଥାନାରେ ହାଜିର ହେବାକୁ କୋର୍ଟ ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ରିମାଣ୍ଡରେ ନେବାକୁ ଓଡ଼ିଶା ପୁଲିସ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ରିମାଣ୍ଡରେ ନେବାକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ଓଡ଼ିଶା ପୁଲିସ ବିଫଳ ହେବାରୁ ତାଙ୍କୁ ଲକ୍ଷେ ଟଙ୍କା ମୁଚାଲିକାରେ କୋର୍ଟ ଜାମିନ ଦେଇଛନ୍ତି ।
ଗତ କାଲି ଓଡ଼ିଶା ପୁଲିସ ପକ୍ଷରୁ ଇମେଲ ଯୋଗେ ତାଙ୍କୁ ହାଜିର ହେବାକୁ ସମନ ପଠାଇଥିଲା । ସେ ୧୦ ଦିନ ମଧ୍ୟରେ ହାଜିର ହେବେ ବୋଲି ପୁଲିସକୁ ଇ-ମେଲ ଯୋଗେ ଜଣାଇଥିଲେ । ଆଜି ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଥାନା ପୁଲିସ ସହାୟତାରେ ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଥିଲା ।

ଅଭିଜିତ ଆୟାରଙ୍କ ଓଡ଼ିଆ ପ୍ରତି ଅପମାନସୂଚକ ଟ୍ଵିଟରରେ ଓଡ଼ିଶା ସଂପର୍କରେ ଅରୁଚିକର ଓ କୁତ୍ସିତ ମନ୍ତବ୍ୟ ଏବଂ ପରେ ବିଧାନସଭା ସଦସ୍ୟମାନଙ୍କ ସଂପର୍କରେ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ବିଧାନସଭାରେ ମତ ପ୍ରକାଶ ପାଇଛି । ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ସେ ଦେଇଥିବା କୁମନ୍ତବ୍ୟ ବିରୋଧରେ ଦଳ-ମତ ନିର୍ବିଶେଷରେ ସମସ୍ତ ବିଧାୟକ ସ୍ୱର ଉଠାଇଛନ୍ତି । ଓଡ଼ିଶା ଆସି ରାଜ୍ୟ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବାର ଧୃଷ୍ଟତା କରିଥିବା ଅଭିଜିତ ଆୟାର ମିତ୍ରଙ୍କୁ ଦଣ୍ଡିତ କରିବା ଲାଗି ବିଧାନସଭାରେ ମତ ପ୍ରକାଶ ପାଇଛି ।

ଆଜି ବିଧାନସଭା ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଏହି ଘଟଣାର ତଦନ୍ତ ଲାଗି ଏକ ଗୃହ କମିଟି ଗଠନ କରାଯାଇଛି । ୬ ଜଣିଆ ଗୃହ କମିଟି ଅଭିଜିତ ଆୟାରଙ୍କ ଓଡ଼ିଆ ପ୍ରତି ଅପମାନସୂଚକ ମନ୍ତବ୍ୟ ମାମଲାର ତଦନ୍ତ କରିବ । ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ କନକ ବର୍ଦ୍ଧନ ସିଂଦେଓ,ଦେବୀ ପ୍ରସାଦ ମିଶ୍ର,ପ୍ରମିଳା ମଲିକ,ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ସଦସ୍ୟ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ