Connect with us

ଓଡିଶା

ମଧ୍ୟମ ଧାରଣର ବାତ୍ୟା ମାଡି ଆସୁଛି l

ମଧ୍ୟମ ଧାରଣର ବାତ୍ୟା ମାଡି ଆସୁଛି l

 ମଧ୍ୟମ ଧାରଣର ବାତ୍ୟା ମାଡି ଆସୁଛି l 

ଭୁବନେଶ୍ୱର:- କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶାର ପୁରୀ ଉପକୂଳ ଦେଇ ସ୍ଥଳ ଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ମଧ୍ୟାର୍ଣ୍ଣ ସୁଦ୍ଧା ଏହା ଓଡ଼ିଶାର ଗୋପାଳପୁରଠାରୁ ୩୦୦ କିଲୋମିଟର ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗରରେ ରହିଥିଲା । ଏହା ଧୀରେ ଧୀରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗକୁ ଅର୍ଥାତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଛି ।

ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆସନ୍ତା କାଲି ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ବୋହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସାଇକ୍ଲୋନିକ ଷ୍ଟର୍ମ ( ସାମୁଦ୍ରିକ ଝଡ)ରେ ପରିଣତ ହେବାର ସମ୍ଭାବନା ଅଛି । ଏହାର ପ୍ରଭାବରେ ଗୁରୁବାର ରାତିରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ର ଆସନ୍ତା କାଲି ପର୍ଯ୍ୟନ୍ତ ଅଶାନ୍ତ ରହିବ l

ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଅତି ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥଳ ବିଶେଷରେ ୧୦୦ ମିମି ରୁ ୧୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା