Connect with us

ଓଡିଶା

ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ମାଲଗାଡ଼ି l

ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ମାଲଗାଡ଼ି l

ବାଲୁଗାଁ:- ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ମାଲଗାଡ଼ି l ଖୋର୍ଦ୍ଧା ଜିଲା ନିରାକାରପୁର ଲେଭଲ୍‌ କ୍ରସିଂ ଉପରେ ଶୁକ୍ରବାର ୮୫ ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିଲା । ଇଞ୍ଜିନଟି ବଗିଠାରୁ ଅଲଗା ହୋଇ ପ୍ରାୟ ୩୦୦ ମିଟର ଅତିକ୍ରମ କରିଯାଇଥିଲା l

ଏହାକୁ ନେଇ ଗେଟ କିପର ଷ୍ଟେଶନ ମାଷ୍ଟ୍ରକୁ ଜଣାଇବା ପରେ ଏହାକୁ ମରାମତି କରାଯାଇଥିଲା । ଫଳରେ ୪୫ ମିନିଟ ଧରି ନୂଆ ଜଗନ୍ନାଥ ରାସ୍ତାରେ ଯାତାୟତ ଠପ୍‌ ହୋଇ ଯାଇଥିଲା । ପୂର୍ବତଟ ରେଳ ପରିସୀମାରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଜନସାଧାରଣରେ ଅସନ୍ତୋଷ ବଢି ଚାଲିଛି l

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା