Connect with us

ସମ୍ପାଦକୀୟ

ସମ୍ପାଦକୀୟ:

ସାଙ୍କେତିକ

ସମ୍ପାଦକୀୟ:
ସମଗ୍ର ଦେଶରେ ବର୍ତ୍ତମାନ ପ୍ରାକ ନିର୍ବାଚନ ପବନ ଯୋରରେ ବହିବାକୁ ଲାଗିଛି । ରାଜନୈତିକ ଦଳମାନେ ବିଭିନ୍ନ ପ୍ରଚାର ମାଧ୍ୟମରେ ନିଜ ନିଜର ମାର୍କେଟିଂ କରିବାରେ ଲାଗିଛନ୍ତି । ଏଥିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ‘ସୋସିଆଲ୍ ମିଡିଆ’ । ଏଥିମଧ୍ୟରେ ସର୍ବାଗ୍ରେ ରହିଛି ‘ଫେସବୁକ’ ଓ ‘ୱହଟସ ଅପ’ । ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରଚାର ପାଇଁ କିଛି ବ୍ୟକ୍ତିଙ୍କୁ ମାସିକ ଦେୟ ଦେଇ କିଛି ବ୍ୟକ୍ତିଙ୍କୁ ନିଯୁକ୍ତ କରିଛନ୍ତି ‘ଫେସବୁକ’ରେ ପ୍ରଚାର କରିବା ପାଇଁ । ସେମାନଙ୍କୁ ନେଇ ଗଠନ କରିଛନ୍ତି ଦଳୀୟ ‘ଆଇଟି’ ପ୍ରକୋଷ୍ଠ । ସେହି ବ୍ୟକ୍ତିମାନେ ଯେଉର୍ଭଳି ଭାବରେ ବିଭିନ୍ନ ନେତା ଓ ବିଭିନ୍ନ ଦଳମାନଙ୍କ ବିରୁଦ୍ଧରେ କୁଭାଷା ପ୍ରୟୋଗ କରୁଛନ୍ତି ତାହା ଅନ୍ୟ ବ୍ୟବହାରକାରୀଙ୍କୁ କ୍ଷୁବ୍ଧ କରୁଛି ।

ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ଏ ବିଷୟରେ ପ୍ରଶିକ୍ଷିତ କରାଯିବା ଦରକାର । ସେମାନେ ରାଜନୈତିକ ବ୍ୟକ୍ତି ବିଶେଷ କିମ୍ବା ରାଜନୈତିକ ଦଳ ବିଷୟରେ ସମ୍ୟକ ଜ୍ଞାନ ରହିଥିବା ଆବଶ୍ୟକ । ସେମାନେ ପୋଷ୍ଟ କରୁଥିବା ବିଷୟ ପଠନଯୋଗ୍ୟ ହୋଇଥିବା ଦରକାର । ବିଭିନ୍ନ ଫୋଟୋ ଗୁଡିକୁ ସେମାନେ ବିକୃତ କରି ପୋଷ୍ଟ କରିବାରୁ ଦୃଷ୍ଟି କଟୁ ହେଉଅଛି । ଏହାଦ୍ୱାରା ଖରାପ ପରମ୍ପରା ସୃଷ୍ଟି ହେଉଅଛି । ଭିଭିନ୍ନ ରାଜନୈତିକ ଦଳମାନେ ଏଥିପ୍ରତି ଦୃଷ୍ଟି ଦେଇ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବା ଉଚିତ ।

Click to comment

Leave a Reply

Your email address will not be published. Required fields are marked *

More in ସମ୍ପାଦକୀୟ