Connect with us

ସମ୍ପାଦକୀୟ

ଦୀପତଳ ଅନ୍ଧାର

ସାଙ୍କେତିକ

ଦୀପତଳ ଅନ୍ଧାର

ବାଲିଅନ୍ତା ପଞ୍ଚାୟତ ସମିତି ଭୁବନେଶ୍ୱର ସରହଦ ଠାରୁ ମାତ୍ର ୨ କିମି ଦୁରତ୍ୱରେ ଅବସ୍ଥିତ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଯେ ଉକ୍ତ ପଞ୍ଚାୟତ ସମିତି ଅଧିନରେ ଥିବା ବଂଇଚୁଆ ଗ୍ରାମପଞ୍ଚାୟତ, ସତ୍ୟଭାମାପୁର ଗ୍ରାମପଞ୍ଚାୟତ, ସରକଣା ଗ୍ରାମପଞ୍ଚାୟତ, ପ୍ରତାପ ଶାସନ ଗ୍ରାମପଞ୍ଚାୟତ, ଭିଙ୍ଗାରପୁର ଗ୍ରାମପଞ୍ଚାୟତ, ପମ୍ପାଲୋ ଗ୍ରାମପଞ୍ଚାୟତର ଲୋକମାନେ ବର୍ଷାଦିନେ ବଂଇଚୁଆ କାଜ ଦେଇ ଧନୂଆ ନଦୀ ଜଳରେ ଉବୁଟୁବୁ ହୋଇ ବହୁ ଧନ ଜୀବନ ହାନୀ ଘଟାନ୍ତି । ଦୀର୍ଘ ୬୬ ବର୍ଷ ହେବ ବହୁ ଜନ ପ୍ରତିନିଧି ଆସିଛନ୍ତି, ଯାଇଛନ୍ତି ଏବଂ ବହୁ ମିଥ୍ୟା ପ୍ରତିଶୃତି ଦେଇ ନିରୀହ ଜନସାଧାରଣଙ୍କୁ ଭୁଆଁ ବୁଲାଇ କାଜର ସ୍ଥାୟୀ ବନ୍ୟା ପ୍ରତିକାର ପାଇଁ ଦୁଇପଟେ ସ୍ଥାୟୀ ବନ୍ଧ ନିର୍ମାଣ ଏବଂ ଉକ୍ତ କାଜର ଉଚ୍ଚତାକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଛନ୍ତି କିନ୍ତୁ କ୍ଷମତାକୁ ଆସିଲା ପରେ କ୍ଷମତା ମୋହରେ ଅନ୍ଧ ହୋଇ ସେସବୁ ଭୁଲିଯାଇଛନ୍ତି । ବନ୍ୟା ସମୟରେ ଯେଉଁ ଭୟାବହ ପରିସ୍ଥିତି ଉପୁଜୁଛି ତାକୁ ନିଜ ଆଖିରେ ନଦେଖିଲେ କେହି ବି ବିଶ୍ୱାସ କରିପାରିବେ ନାହିଁ । ଏତଦ୍ବ୍ୟତିତ ଉକ୍ତ ଅଞ୍ଚଳର ଟଙ୍କପାଣୀ – ବେଣୁପୁର (ଆରଡି) ରାସ୍ତା ଗୋଟିଏ ମୂଖ୍ୟ ରାସ୍ତା । ଏହି ରାସ୍ତା ଦେଇ ରାଜଧାନୀ ଭୁବନେଶ୍ୱରକୁ ସୂଦୁର ପାରାଦ୍ୱୀପ, ଜଗତସିଂହପୁର, ଅଡସପୁର, ନିଆଳି ପ୍ରଭୃତି ଅଞ୍ଚଳରୁ ହଜାର ହଜାର ଲୋକ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ପାଇ ଯାତାୟତ କରନ୍ତି । ଉକ୍ତ ରାସ୍ତାର ଉନ୍ନତ୍ତିକରଣ ଏବଂ ପ୍ରସସ୍ଥିକରଣ କରିବାପାଇ ବହୁବାର ଦାବୀ ହୋଇଆସୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୈାଣସି ଆଖିଦୃଶିଆ କାର୍ଯ୍ୟ ହୋଇପାରିନାହିଁ । ଏହାର ମୂଖ୍ୟ କାରଣ ଯେଉଁ ନିର୍ବାଚିତ ଲୋକପ୍ରତିନିଧିମାନେ ନିର୍ବାଚିତ ହୋଇ ଏ ଅଞ୍ଚଳରୁ ଯାଉଛନ୍ତି ସେମାନଙ୍କର ସ୍ୱତନ୍ତ୍ର ଦୃଷ୍ଟି ଅଭାବ । ଏଣୁ ଏ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ନିବେଦନ ସେମାନେ ଆଜି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ପଚାରନ୍ତୁ ଏ ସମସ୍ୟାର ସମାଧାନ ବର୍ଷାଦିନ ପୂର୍ବରୁ କିଏ କରିବ । ଏଥିସହିତ ଆମ୍ଭେମାନେ ମଧ୍ୟ ସରକାରଙ୍କୁ ଅନୁରୋଧ କରିବୁ ଶ୍ରୀଘ୍ର ବଂଇଚୁଆ କାଜର ଦୂଇ ପାଶ୍ୱର୍ରେ ସ୍ଥାୟୀ ବନ୍ଧ ନିର୍ମାଣ ସହିତ କାଜଟିକୁ ବର୍ଷାଦିନ ପୂର୍ବରୁ ଉଚ୍ଚା କରିଲେ ଅନ୍ତତଃପକ୍ଷେ ଉକ୍ତ ଅଞ୍ଚଳର ଲୋକମାନେ ସରକାରୀଙ୍କ ପାଖରେ କୃତଜ୍ଞ ରହିବେ ।

Click to comment

Leave a Reply

Your email address will not be published. Required fields are marked *

More in ସମ୍ପାଦକୀୟ