Connect with us

ସମ୍ପାଦକୀୟ

ଅପରିଣାମଦର୍ଶୀ ସରକାର ଯୋଗୁଁ ଦେଶରେ ବିଦ୍ୟୁତ ସଙ୍କଟ ।

web

ଅପରିଣାମଦର୍ଶୀ ସରକାର ଯୋଗୁଁ ଦେଶରେ ବିଦ୍ୟୁତ ସଙ୍କଟ ।

ଭୁବନେଶ୍ୱର – ଦେଶରେ ବିଦ୍ୟୁତ ସଙ୍କଟ କେନ୍ଦ୍ର ସରକାରଙ୍କ ଅପାରଗତା ତଥା ଅପରିଣାମ ଦୂରଦର୍ଶୀ କାର୍ଯ୍ୟ । ଦେଶରେ ବିଦ୍ୟୁତ ସଙ୍କଟ ପୂର୍ବରୁ ଥିଲା , କିନ୍ତୁ ସରକାର ଏହାର ଆକଳନ ନକରି ମୂର୍ଖଙ୍କ ଭଳି ନିଜ ରାଜନୈତିକ ଅଭିଳାଷକୁ ଚାରିଥାର୍ଥ କରିବା ପାଇଁ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟର ନିର୍ବାଚନ ରାଜନୀତିରେ ମୂଲ୍ୟବାନ ସମୟ ନଷ୍ଟ କରିଦେଲେ । ଆସନ୍ତୁ ତର୍ଜମା କରିବା ବର୍ତମାନର ବିଦ୍ୟୁତ ସଙ୍କଟ ଉପରେ ।
ସରକାର ଯେତେ ବାହାସ୍ଫୋଟ ମାରିଲେ ବି ଦେଶରେ କେବେବି କୌଣସି ସମୟରେ ବଳକା ବିଦ୍ୟୁତ ନଥିଲା ଏହା ସତ୍ୟ । କରୋନା ମହାମାରୀ ଜନିତ ଦୁଇ ବର୍ଷ କାଳ ଦେଶରେ ଯେଉଁ ଲକଡାଉନ ଓ ସଟଡାଉନ ଚାଲିଲା ,ସେହି ସମୟରେ ଦେଶରେ ବିଭନ୍ନ ବ୍ୟବସାୟିକ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ଓ ବିଦ୍ୟୁତ ଦ୍ୱାରା ପରିବହନ ବ୍ୟବସ୍ଥା ବନ୍ଦ ଜନିତ ପ୍ରଭାବ ଯୋଗୁଁ ବିଦ୍ୟୁତ ଶକ୍ତିର ଅଭାବ ଜଣା ପଡୁନଥିଲା । କିନ୍ତୁ ସରକାର ଏହି ସମୟର ସଦୁପଯୋଗ ନକରି ନିଜର ବାହାଦୁରି ଗାନ କରି ଅଯଥା ସମୟ ଅପଚୟ କରି ନିଜର ଅପରିଣାମଦର୍ଶୀ ଚିନ୍ତାଧାରା ଯୋଗୁଁ ଲୋକଙ୍କୁ ନାହିଁ ନଥିବା ଅଵ୍ୟବସ୍ତା ଭିତରକୁ ଠେଲିଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଦାୟୀ ।
କରୋନା ମହାମାରୀ ସମୟରେ ରିଲାଏନ୍ସ ଗ୍ରୁପ ଓ ଅଦାନୀ ଗ୍ରୁପ ଦେଶରେ ନିଜର ଇନଫ୍ରାକୁ ମଜଭୁତ କରୁଥିବା ବେଳେ ସରକାର ନିର୍ବାଚନ ପ୍ରଚାରରେ ସମ୍ପୂର୍ଣ ସରକାରୀ କଳକୁ ନିୟୋଜିତ କରିଥିଲେ । ଯଦି ସେହି ସମୟରେ କୋଇଲା (ତାପଜ ) ଓ ଜଳ ବିଦ୍ୟୁତ ଉତ୍ପାଦନ ସାମଗ୍ରୀ ଗୁଡିକୁ ପରିବହନ କରିଥାନ୍ତେ ତେବେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । କରୋନା ମହାମାରୀ ସାମୟିକ ଥିଲା ଓ ତତସହିତ ବିଦ୍ୟୁତର କମ ଚାହିଦା ମଧ୍ୟ ସାମୟିକ ଥିଲା । ଯେତେବେଳେ କରୋନା ମହାମାରୀ ହଟିଗଲା ପରେ ପରିସ୍ଥିତି  ସ୍ୱାଭାବିକ ହେବ ଓ ବିଦ୍ୟୁତ ଚାହିଦା ବୃଦ୍ଧି ଘଟିବ ସେତେବେଳେ ପରିସ୍ଥିତି କଣହେବ ତାହା ଚାଟୁକାର ନେତା ଓ ଚାଟୁକାର ଅମଲାତନ୍ତ୍ର ମୁଣ୍ଡରେ ଢୁକି ନଥିଲା । କାରଣ ସ୍ୱାର୍ଥ ଭିତିକ ଚୁଟୁକାରିତା ଓ ଦୁରଦୃଷ୍ଟି ହୀନତା ଯୋଗୁଁ ସେମାନଙ୍କର ମସ୍ତିସ୍କକୁ ଘୁଣ ଖାଇଗଲାଣି ।
ଏହି ପରିସ୍ଥିତି ସାମୟିକ । ବର୍ଷାଋତୁ ଆସିଲେ ଧୀରେ ଧୀରେ ସ୍ୱାଭାବିକ ହୋଇପାରେ କିନ୍ତୁ ଆମର ଦୂରଦୃଷ୍ଟିକୁ ସ୍ୱାଭାବିକ କରିବାକୁ ପଡିବ ଓ ସମୟକୁ ଦେଖି ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ପଡିବ । ବିଭିନ୍ନ ପରିସ୍ଥିତିରୁ ଆହରଣ କରିଥିବା ଶିକ୍ଷା ଆଗାମୀ ପିଢ଼ି ପାଇଁ ଉପାଦୟ ହୋଇରହିବା ଉଚିତ ।

Click to comment

Leave a Reply

Your email address will not be published. Required fields are marked *

More in ସମ୍ପାଦକୀୟ