Connect with us

ଦେଶ

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ 

ସାଙ୍କେତିକ ଚିତ୍ର

ରାଫେଲ ମାମଲା
ଅଭିଯୋଗ ସତ୍ୟହେଲା :- ପ୍ରଧାନମନ୍ତ୍ରୀ “ଲେଟର ଅଫ୍ କମ୍ଫର୍ଟ ଦେଇଛନ୍ତି” ।
ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪ା୧୧ : ସୁପ୍ରିମକୋର୍ଟ ଫ୍ରାନ୍ସରୁ ୩୬ ରାଫେଲ ଲଢ଼ୁଆ ବିମାନ କିଣିବା ନେଇ ହୋଇଥିବା ରାଜିନାମାର ସିବିଆଇ ଯାଞ୍ଚ ପାଇଁ ଦାୟର ଆବେଦନ ଉପରେ ବୁଧବାର ନିଜର ରାୟ ସଂରକ୍ଷିତ ରଖିଛନ୍ତି । ଶୁଣାଣି ସମୟରେ ସମସ୍ତ ସମ୍ବନ୍ଧିତ ପକ୍ଷ ତରଫରୁ କୋର୍ଟ ଆବେଦନକାରୀ ଓ ସରକାରଙ୍କ ସହିତ ବାୟୁସେନା ଅଧିକାରୀଙ୍କ ପକ୍ଷ ମଧ୍ୟ ବିସ୍ତାର ଭାବେ ଶୁଣିଛନ୍ତି । ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଲମ୍ବା ମାରାଧନ ଶୁଣାଣି ପରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ କେଏମ ଯୋଶେଫଙ୍କ ଖଣ୍ଡପୀଠ ରାଫେଲ ଡିଲର ଯାଞ୍ଚ ହେବ ନ ନାହିଁ ଏହା ଉପରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।

ମାତ୍ର ରାଫେଲର ମୂଲ୍ୟ ସାର୍ବଜନୀନ କରିବାକୁ ଦାବି କରୁଥିବା ଆବେଦନକାରୀ ପକ୍ଷଙ୍କୁ ଲାଗିଛି ବଡ ଝଟକା । କୋର୍ଟ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଆମେ ସାର୍ବଜନୀନ କରିନାହୁଁ, ସେ ପର୍ଯ୍ୟନ୍ତ ଏହା ଉପରେ କୌଣସି ଆଲୋଚନା ହେବନାହିଁ । ଏହି ସମୟରେ ସରକାର ଓ ରାଜିନାମାର ଯାଞ୍ଚ ପାଇଁ ଦାବି କରୁଥିବା ଯାଚିକା କର୍ତ୍ତାଙ୍କ ଓକିଲ ମଧ୍ୟରେ ଗରମା ଗରମ ବିତର୍କ ହୋଇଥିଲା । ପ୍ରଥମେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦଲିଲ ଉପସ୍ଥାପନ କରାଯାଇଥିଲା । ଏହା ପରେ ସରକାର ତାଙ୍କ ପକ୍ଷ ରଖିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାୟୁସେନା ଅଧିକାରୀଙ୍କୁ ମଧ୍ୟ ବୟାନ ଦେବା ପାଇଁ କୋର୍ଟକୁ ଡକାଯାଇଥିଲା । ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ପକ୍ଷ ରଖିଛନ୍ତି । ସେ କୋର୍ଟକୁ କହିଛନ୍ତି ଯେ, ବାୟୁସେନା ତତ୍କାଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଫେଲ ଜେଟ୍ ଜରୁରୀ ଥିଲା ।

ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ, କାରଗିଲ ଯୁଦ୍ଧ ସମୟରେ ଆମେ ନିଜର ଅନେକ ଯବାନଙ୍କୁ ହରାଇଛୁ । ଯଦି ସେହି ସମୟରେ ଆମ ପାଖରେ ରାଫେଲ ଲଢ଼ୁଆ ବିମାନ ଥାଆନ୍ତା ତେବେ କ୍ଷୟକ୍ଷତି ପରିମାଣ କମ ହୋଇଥାଆନ୍ତା । ଏହା ଉପରେ ବାୟୁସେନା ମଧ୍ୟ ବେଣୁଗୋପାଳଙ୍କ ଏହି ଦଲିଲ ଉପରେ ସହମତି ପ୍ରକାଶ କରିଥିଲେ ।

ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ନିର୍ମାତାକାରୀ କମ୍ପାନୀ ଦାସଲ୍ଟ ସରକାରଙ୍କୁ ସହଯୋଗୀ ପାର୍ଟନରଙ୍କ ସୂଚନା ଦେଇନାହିଁ । ସେ କହିଛନ୍ତି ଯେ, ସହଯୋଗୀ ପାର୍ଟନରଙ୍କୁ ଦସାଲ୍ଟ ହିଁ ଚୟନ କରିଛି । ଏଥିରେ ସରକାରଙ୍କ କୌଣସି ହାତ ନାହିଁ । କେନ୍ଦ୍ର ସୁପ୍ରିମକୋର୍ଟରେ ଏହା ସ୍ୱୀକାର କରିଛି ଯେ, ଫ୍ରାନ୍ସ ସରକାର ୩୬ ବିମାନର କୌଣସି ଗ୍ୟାରେଣ୍ଟି ଦେଇନାହିଁ । ମାତ୍ର ପ୍ରଧାନମନ୍ତ୍ରୀ ଲେଟର ଅଫ୍ କମ୍ଫର୍ଟ ନିଶ୍ଚୟ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ