Connect with us

ଦେଶ

ଜିସାଟ୍-୨୯ର ଉପଗ୍ରହର ସଫଳ ଉତକ୍ଷେପଣ

ସାଙ୍କେତିକ ଚିତ୍ର

ଜିସାଟ୍-୨୯ର ଉପଗ୍ରହର ସଫଳ ଉତକ୍ଷେପଣ
ଚେନ୍ନାଇ,୧୪ା୧୧ : ଭାରତୀୟ ମହାକାଶ ଗବେଷଣା ସଂସ୍ଥଶ (ଇସ୍ରୋ) ପକ୍ଷରୁ ବୁଧବାର ତାମିଲନାଡୁର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଯୋଗାଯୋଗ ଉପଗ୍ରହ ଜିସାଟ-୨୯ର ସଫଳତାର ସହ ଉତକ୍ଷେପଣ କରାଯାଇଛି । ଧ୍ରୁବିୟ ଉପଗ୍ରହ ଉତକ୍ଷେପଣ ଯାନ (ଜିଏସ୍ଏଲ୍ଭି) ମାର୍କ-୩ଡି-୨ରେ ଜିସାଟ ଉପଗ୍ରହକୁ ମହାକାଶର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି । ଏହାର ଓଜନ ପାଖାପାଖି ୪ଟନ୍ ରହିଛି । ଏହା ୧୦ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ‘ଗାଜା’ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବୁଧବାରଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡ) ପୂର୍ବାନୁମାନ କରିଥିଲା । ତେଣୁ ଜିସାଟ-୨୯ ଉପଗ୍ରହ ଉତକ୍ଷେପଣକୁ ବାତିଲ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ବୁଧବାର ଭଲ ପାଣିପାଗକୁ ଦେଖି ଜିସାଟ-୨୯ ଉତକ୍ଷେପଣ କରାଯାଇଥିଲା । ଉତକ୍ଷେପଣର ୧୬ମିନିଟ୍ ମଧ୍ୟରେ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂର ମହାକାଶର କକ୍ଷ ପଥରେ ଏହାକୁ ଅବସ୍ଥାପିତ କରାଯାଇଥିଲା ।

ଏହି ଉପଗ୍ରହ ଦ୍ୱାରା ବିଶ୍ୱରେ ଭାରତର ପ୍ରଭାବ ବଢ଼ିବ ଓ ଭବିଷ୍ୟତରେ ଅତ୍ୟାଧୁନିକ ଉପଗ୍ରହ ପଠାଇବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶାବ୍ୟକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ