Connect with us

ଅପରାଧ

ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଜବତ ହେଲା l

ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଜବତ ହେଲା l

ଭୁବନେଶ୍ୱର : ଚିଲିକା ଉପରେ ବିମାନ ଅବତରଣ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମେରାଇନ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାର ତଦନ୍ତ ପରେ ଚିଲିକା ଉପରେ ଉଡୁଥିବା ହେଲିକପ୍ଟକୁ ଠାବ କରାଯାଇ ଜବତ କରାଯାଇଛି । ଏହି ହେଲିକପ୍ଟରଟି ହେଉଛି ପୂର୍ବତନ ବିଜେଡି ନେତା ବୈଜୟନ୍ତ ପଣ୍ଡାଙ୍କର ।

ପୁଲିସ ପକ୍ଷରୁ ହେଲିକପ୍ଟକୁ ଜବତ କରାଯିବା ସହ ବୈଜୟନ୍ତଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଏହି ସୂଚନା ଦେଇ କହିଛନ୍ତିଯେ, ଏହି ହେଲିକପ୍ଟରକୁ ଶନିବାର ଦିନ ଚିଲିକାରେ ଅବତରଣ କରିବା ସମୟରେ ଏଥିରେ ବୈଜୟନ୍ତଙ୍କ ସହ ଅନ୍ୟ ୨ ଜଣ ଥିବା ମଧ୍ୟ ସୂତ୍ରରୁ ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ