Connect with us

ଓଡିଶା

୨୦ରେ ପୁରୀ ଆସିବେ ଆମିକସ୍ କ୍ୟୁରି l

୨୦ରେ ପୁରୀ ଆସିବେ ଆମିକସ୍ କ୍ୟୁରି l

୨୦ରେ ପୁରୀ ଆସିବେ ଆମିକସ୍ କ୍ୟୁରି
ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ
ପୁରୀ,୧୮ା୯ : ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଆସନ୍ତା ୨୦ ରେ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି । ସୁପ୍ରିମକୋର୍ଟଙ୍କ ୧୨ ଟି ପ୍ରସ୍ତାବ ଉପରେ ଆମିକସ କ୍ୟୁରି କମିଟି ଶଙ୍କରାଚାର୍ଯ୍ୟ, ଗଜପତି, ଜିଲ୍ଲା ଜଜ୍, ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଆଲୋଚନା କାଳରେ ସେବାୟତଙ୍କୁ ଭକ୍ତଙ୍କ ଦାନ ଦକ୍ଷିଣା ଓ ସେବାୟତଙ୍କ ବଂଶାନୁକ୍ରମିକ ସେବା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଆମିକସ କ୍ୟୁରିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ୍ କମିଟି ବୈଠକ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ସେବକଙ୍କ ପାରମ୍ପରିକ ସେବାପୂଜା ଅଧିକାର, ବଂଶଗତ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ୯ଟି ପ୍ରସ୍ତାବ ସମ୍ପର୍କରେ ପୂର୍ବରୁ ଆଲୋଚନା ଶେଷ ହୋଇଥିବା ବେଳେ ତିନୋଟି ପ୍ରସ୍ତାବ ଉପରେ ୩ଟି ସବକମିଟି ଗଠିତ ହୋଇଥିଲା । ତଦନୁଯାୟୀ ଆଜି ଏକ ସବକମିଟିର ବୈଠକ ଶେଷ ହୋଇଛି ଓ ନିଷ୍ପତିକୁ ଗୁପ୍ତ ରଖାଯାଇଛି ।

ଆସନ୍ତା ୨୦, ୨୧, ୨୨ ତିନି ଦିନ ଧରି ଆମିକସ କ୍ୟୁରି କମିଟି ପୁରୀ ଗସ୍ତରେ ଆସିବା ପାଇଁ ଚିଠି ହସ୍ତଗତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଆମିକସ କ୍ୟୁରି ଛତିଶାନିଯୋଗ, ଗଜପତି, ଶଙ୍କରାଚାର୍ଯ୍ୟ, ବୁଦ୍ଧିଜିବୀ, ଆଇନଜିବୀଙ୍କ ସହ ଭକ୍ତମାନଙ୍କର ପ୍ରସ୍ତାବ ସବୁ ଲିଖିତ ଆକାରରେ ଗ୍ରହଣ କରି ମତାମତ ଶୁଣିବେ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ସଂସ୍କାର କମିଟିର ବି.ପି. ଦାସ, ଜିଲ୍ଲା ଜଜ୍, ଛତିଶାନିଯୋଗ, ପରିଚାଳନା କମିଟି, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ମତାମତ ଗ୍ରହଣ କରିବେ ।

ବିଶେଷ କରି ପାରମ୍ପରିକ ଅଧିକାର ସମ୍ପର୍କରେ, ସେବକ ସଂଖ୍ୟା କମାଇବା ସମ୍ପର୍କରେ ମତାମତ ଗ୍ରହଣ କରି ସୁପ୍ରିମକୋର୍ଟଙ୍କୁ ଜଣାଇବେ । ପରବର୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା ଅଦେଶ ଦେବେ ତାହାକୁ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଦଇତାପତି ନିଯୋଗ ପକ୍ଷରୁ ୫୪ ପୃଷ୍ଠା ସମ୍ବଳିତ ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା