Connect with us

ଦେଶ

ବିହାରରେ ଅପହରଣ କରିବାକୁ ଆସିଥିବା ୩ ଦୁର୍ବୃତ୍ତଙ୍କୁ ପିଟିପିଟି ହତ୍ୟା l

ବିହାରରେ ଅପହରଣ କରିବାକୁ ଆସିଥିବା ୩ ଦୁର୍ବୃତ୍ତଙ୍କୁ ପିଟିପିଟି ହତ୍ୟା l

ବିହାରରେ ଭିଡ ହିଂସା
ଛାତ୍ରୀଙ୍କୁ ଅପହରଣ କରିବାକୁ ଆସିଥିବା ୩ ଦୁର୍ବୃତ୍ତଙ୍କୁ ପିଟିପିଟି ହତ୍ୟା
ପାଟନା,୭ା୯ : ଗଣତନ୍ତ୍ର ଉପରେ ଭିଡତନ୍ତ୍ର ଭାରି ପଡିିବାରେ ଲାଗିଛି । ଭିଡ ମଧ୍ୟରେ ଆଉଏକ ହତ୍ୟା ଘଟଣା ବିହାରର ବେଗୁସରାୟ ଜିଲ୍ଲାରେ ଘଟିଛି । ଶୁକ୍ରବାର ଅସ୍ତ୍ରଧରି ତିନିଜଣ ଦୁର୍ବୃତ୍ତ ଏକ ସ୍କୁଲରେ ପଶି ଛାତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ଏହି ଦୁର୍ବୃତ୍ତମାନେ ନିଜ କାର୍ଯ୍ୟରେ ସଫଳ ହେବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଫଳସ୍ୱରୂପ ଉତ୍ତ୍ୟକ୍ତ ଲୋକେ ତିନିଜଣ ଦୁର୍ବୃତ୍ତକୁ ପିଟିପିଟି ମାରି ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ବେଗୁସରାୟ ଜିଲ୍ଲାର ଛୌରାହୀ ଥାନା ଅନ୍ତର୍ଗତ ପନସଲ୍ଲା ଗାଁ ସ୍ଥିତ ନବସୃଜିତ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରିବା ଉଦ୍ଦେଶ୍ୟରେ ତିନିଜଣ ଦୁର୍ବୃତ୍ତ ସ୍କୁଲରେ ପହଞ୍ଚୀଥିଲେ । ସେମାନେ ସ୍କୁଲ ଭିତରକୁ ପଶି ଛାତ୍ରୀକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ଏହାଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିଥିଲେ ।

ଏହାପରେ ସ୍କୁଲ ପରିସରରେ ହଇଚଇ ସୃଷ୍ଟି ହୋଇଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ଭିଡ ଜମାଇଥିଲେ । ଶତାଧିକ ଲୋକ ସ୍କୁଲରେ ପହଂଚିବା ଦେଖି ତିନିଜଣ ଦୁର୍ବୃତ୍ତ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଲୋକମାନେ ଜଣେ ବଦମାସକୁ ଧରି ନିର୍ଦ୍ଧୁମ ମାଡ ମାରିଥିଲେ । ଲୋକଙ୍କ ରାଗ ଏତିକିରେ ଶାନ୍ତ ନହୋଇ ସ୍କୁଲର ଏକ କୋଠରୀରେ ଛପିଥିବା ଅନ୍ୟ ଦୁଇଜଣଙ୍କୁ ବାହାରକୁ ଟାଣି ଆଣି ପ୍ରବଳ ମାଡ ମାରିଥିଲେ । ଏଥିରେ ତିନିଜଣ ଦୁର୍ବୃତ୍ତ ଲହୁଲୁହାଣ ହୋଇପଡିଥିଲେ । କିଛି ସମୟ ପରେ ତିନି ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଥିଲା । ତିନି ଦୁର୍ବୃତ୍ତଙ୍କ ନାମ ମୁକେଶ ମହତୋ, ହୀରା ସିଂହ ହୋଇଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିନାହିଁ ।

ସ୍ଥାନୀୟ ଲୋକେ ତିନିଜଣ ଦୁର୍ବୃତ୍ତଙ୍କୁ ମାଡ ମାରୁଥିବା ସମୟରେ ଘଟଣା ସ୍ଥଲରେ ପହଁଚିଥିବା ପୋଲିସ ଦୁର୍ବୃତ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଭିଡ ମଧ୍ୟରେ ପୋଲିସ ଅସହାୟ ଓ ବିବଶ ହୋଇପଡିଥିଲା । ପରେ ବହୁ ସଂଖ୍ୟାରେ ପୋଲିସ ଘଟଣା ସ୍ଥଳରେ ପହଂଚି ତିନିଜଣ ଦୁର୍ବୃତ୍ତଙ୍କୁ ଲୋକଙ୍କ କବଳରୁ ରକ୍ଷା କରିଥିଲେ । ଏହାପରେ ତିନିଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତିନିଜଣଙ୍କୁ ମୃତ ଘୋଷିତ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମ୍କୋର୍ଟ ଆଜି ମବ ଲିଚିଙ୍ଗକୁ ନେଇ କଠୋର ଆଭିମୁଖ୍ୟ ଆପଣାଇ ନିଷ୍ପତ୍ତି ଶୁଣାଇଥିଲେ । ଶୁଣାଣି ସମୟରେ କେନ୍ଦ୍ର ସରକାର କୋର୍ଟକୁ କହିଥିଲେ ଯେ, ମବ ଲିଚିଙ୍ଗକୁ ନେଇ କାନୁନ୍ ତିଆରି ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ