Connect with us

ଦେଶ

ଦିଲ୍ଲୀରୁ ଦୁଇ ଆଇଏସ୍ଆଇଏସ୍ ଆତଙ୍କୀ ଗିରଫ l

ଦିଲ୍ଲୀରୁ ଦୁଇ ଆଇଏସ୍ଆଇଏସ୍ ଆତଙ୍କୀ ଗିରଫ l

ଦିଲ୍ଲୀରୁ ଦୁଇ ଆଇଏସ୍ଆଇଏସ୍ ଆତଙ୍କୀ ଗିରଫ
ନୂଆଦିଲ୍ଲୀ,୭ା୯ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ରାତିରେ ପରଭେଜ ଓ ଜାମସେଦ ନାମକ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ପୋଲିସ ଏହି ଆତଙ୍କବାଦୀ ଦ୍ୱୟକୁ ଲାଲକିଲ୍ଲା ପାଖ ସ୍ଥିତ ଜାମା ମସ୍ଜିଦ ବସ୍ ଷ୍ଟାଣ୍ଡରୁ ଗିରଫ କରିଛି । ଶୁକ୍ରବାର ସ୍ପେଶାଲ ସେଲର ଡିସିପି ଏହି ସୂଚନା ଦେଇଛନ୍ତି ।

ପୋଲିସ ଅନୁସାରେ ଏହି ଦୁଇ ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ ଇନ୍ ଜାମ୍ମୁ-କାଶ୍ମୀର (ଆଇଏସ୍ଜେକେ) ସହିତ ଜଡିତ ଅଛନ୍ତି । ଇସଲାମିକ୍ ଷ୍ଟେଟ୍ ମଧ୍ୟ ଦାବି କରେ ଯେ, ଆଇଏସ୍ଜେକେ ତା’ରି ସଂଗଠନର ଏକ ଅଂଶ । ପୋଲିସ କହିଛି ଯେ, ଏହି ଆତଙ୍କବାଦୀଙ୍କ ପାଖରୁ ୨ ପିସ୍ତଲ, ୧୦ ଗୁଳି ଓ ୪ ମୋବାଇଲ ଫୋନ ଜବତ କରାଯାଇଛି । ପୋଲିସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଜବତ ଅସ୍ତ୍ରଶସ୍ତ୍ର ଉତ୍ତରପ୍ରଦେଶରୁ କିଣାଯାଇଥିଲା । ଏହି ଆତଙ୍କବାଦୀ ଦିଲ୍ଲୀରୁ କାଶ୍ମୀର ଯାଉଥିଲେ ।

ସୂତ୍ର ମୁତାବକ ଏହି ଆତଙ୍କବାଦୀ କାଶ୍ମୀର ବାସିନ୍ଦା ଅଟନ୍ତି । ପୋଲିସ ଦୁହିଁଙ୍କ ବିରୋଧରେ ଏଫ୍ଆଇଆର ରୁଜୁ କରିଛି ଏବଂ ଗୁଇନ୍ଦା ବିଭାଗ ଉଭୟଙ୍କୁ ଜେରା କରୁଛି । ଏହାସହିତ ପୋଲିସ ସୂଚନା ଦେଇଛି ଯେ, ଜାନୁଆରୀରେ ସୁରକ୍ଷାବଳ ସହିତ ଏନକାଉଣ୍ଟରରେ ଗିରଫ ଆତଙ୍କୀ ପରଭେଜର ଭାଇର ମୃତ୍ୟୁ ଘଟିଛି । ପରଭେଜ ପୂର୍ବରୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ଥିଲା ଏବଂ ପରେ ସେ ଇସଲାମିକ ଷ୍ଟେଟ୍ ଜାମ୍ମୁ-କାଶ୍ମୀରରେ ଯୋଗ ଦେଇଥିଲା ।

ପୋଲିସ କହିଛି ଯେ, ଦିଲ୍ଲୀରେ ଦୁଇ ଆତଙ୍କବାଦୀଙ୍କ କୌଣସି ଯୋଜନା ନଥିଲା । ଉଭୟ କେବଳ ସଂଗଠନର ଲିଡର ଉମର ନଜୀରଙ୍କ ଆଦେଶ ପାଳନ କରୁଥିଲେ । ଦୁଇ ଆତଙ୍କବାଦୀଙ୍କୁ ବର୍ତ୍ତମାନ ୫ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ