Connect with us

ଦେଶ

ଭୀମା କୋରେଗାଓଁ ହିଂସା ଘଟଣା : ଶୁଣାଣି ସ୍ଥଗିତ l

ଭୀମା କୋରେଗାଓଁ ହିଂସା ଘଟଣା : ଶୁଣାଣି ସ୍ଥଗିତ l

ଭୀମା କୋରେଗାଓଁ ହିଂସା ଘଟଣା : ଶୁଣାଣି ସ୍ଥଗିତ
ନୂଆଦିଲ୍ଲୀ,୬ା୯ : ମାଓବାଦୀଙ୍କ ସହିତ ସମ୍ପୃକ୍ତି ଅଭିଯୋଗରେ ଗିରଫ ୫ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ଗୁରୁବାରରେ ସୁପ୍ରିମକୋର୍ଟ ଆସନ୍ତା ୧୨ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହାସହ ଗିରଫଦାରୀ ବିରୋଧରେ ଆଗତ ଆବେଦନର ଶୁଣାଣିକୁ ସ୍ଥାଗିତ ରଖାଯାଇଛି । ଅର୍ଥାତ ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ଆଗତ ଆବେଦନର ଶୁଣାଣି ଆସନ୍ତା ୧୨ରେ ହେବ ।

ମାମଲାର ଶୁଣାଣି ସମୟରେ ମହାରାଷ୍ଟ୍ର ସରକାର ରାଜ୍ୟ ପୋଲିସକୁ ଅଧିକ ଦାୟିତ୍ୱବାନ ହେବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି । ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ଐତିହାସିକ ରୋମିଲା ଥାପର, ଅର୍ଥନୀତିଜ୍ଞ ଦେବକି ଜୈନ ଓ ପ୍ରଭାତ ପାଟ୍ଟନାଏକ, ସୋସିଓଲୋଜି ପ୍ରଫେସର ସତୀଶ ଦେଣପାଣ୍ଡେ ଏବଂ ସାମାଜିକ ଅଧିକାର ଓକିଲ ମାୟା ଦାରୁୱାଲାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ, ମହାରାଷ୍ଟ୍ର ପୋଲିସ ବୁଧବାର ଦିନ ସୁପ୍ରିମକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିଥିଲା । ଏଥିରେ ମହାରାଷ୍ଟ୍ର ପୋଲିସ କହିଥିଲା ଯେ, ସାମାଜିକ କର୍ମୀଙ୍କୁ ଗିରଫ କରାଯିବା ପଛରେ କୌଣସି ରାଜନୈତିକ ଉଦେଶ୍ୟ ନିହିତ ନାହିଁ, ବରଂ ସେମାନଙ୍କ କାର୍ଯ୍ୟକଳାପ ସାମାଜିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୋଲିସ ସେମାନଙ୍କୁ ଉପଯୁକ୍ତ ପ୍ରମାଣ ଭିତ୍ତିରେ ଗିରଫ କରିଛି ।
୨୦୧୭ ଡିସେମ୍ବର ୩୧ରେ ଏଲଗାର ପରିଷଦର ସମାବେଶ ପରେ ଭୀମ କୋରେଗାଓଁଠାରେ ଘଟିଥିବା ହିଂସାକୁ ନେଇ ଅଭିଯୋଗ ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ ବରାବର ରାଓ, ଅରୁଣା ପରେରା, ବେର୍ଣ୍ଣନ ଗୋନଜାଲଭେସ, ସୁଧା ଭାରଦ୍ୱାଜ ଏବଂ ଗୌତମ ନବଲଖାଙ୍କୁ ଗତ ମାସରେ ଗିରଫ କରିଥିଲା । ମାତ୍ର ଏଭଳି ଗିରଫଦାରୀ ଗଣତନ୍ତ୍ର ଉପରେ ପ୍ରହାର ବୋଲି ଦର୍ଶାଇ ଉପରୋକ୍ତ ଆବେଦନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ