Connect with us

ଅପରାଧ

ପ୍ରଚାର ବନ୍ଦ ବେଳେ ବିଜେପିର ପ୍ରେସମିଟ୍ ,ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ସାଙ୍କେତିକ

ପ୍ରଚାର ବନ୍ଦ ବେଳେ ବିଜେପିର ପ୍ରେସମିଟ୍ ,ସିଇଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି
ଭୁବନେଶ୍ୱର,୧୦ ଅପ୍ରେଲ – ନିର୍ବାଚନ ଆଦର୍ଶ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ କରି ଚାଲିଥିବା ବିଜେପି ଶେଷରେ ନିର୍ବାଚନ କମିଶନଙ୍କ ଆଦେଶକୁ ବି ଦଳିଚକଟି ଦେଇଛି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନିର୍ବାଚନ କମିଶନଙ୍କ ବାରଣ ସତ୍ୱେ ଆଜି ବିଜେପି ଏକ ପ୍ରେସମିଟ୍ କରି ନିର୍ବାଚନ ନୀତିନିୟମକୁ ଉଲ୍ଲଂଘନ କରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେଡ଼ି ।

ମତଦାନର ୪୮ ଘଂଟା ପୂର୍ବ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଉପରେ ପ୍ରଚାର କଟକଣା ରହିଛି । ଚଳିତବର୍ଷ ନିର୍ବାଚନ କମିଶନ ଏଥିରେ ଆଉ ଏକ କଟକଣା ଲଗାଇଛନ୍ତି । ଏହି ସମୟରେ (ସାଇଲେନ୍ସ ପିରିୟର୍ଡ) ଷ୍ଟାର ପ୍ରଚାରକ ଏବଂ ଅନ୍ୟ ନେତାମାନେ କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇପାରିବେ ନାହିଁ ବୋଲି କଡ଼ା କଟକଣା ଜାରି ହୋଇଛି । ଗତ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଚିବ ଶ୍ରୀ ଏନ.ଟି.ଭୂତିଆ ଚିଠି ନମ୍ବର ୩/ଇଆର/୨୦୧୮/ଏସଡିଆର/ଭଲ୍ୟୁମ୍-୧ ରେ ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଏହାର ଆଦେଶନାମା ପଠାଇଛନ୍ତି ।

ମାତ୍ର ଚକିତର ବିଷୟ, ଉକ୍ତ ଆଦେଶକୁ ବିଜେପି ବେଖାତିର କରି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ନିର୍ବାଚନ କମିଶନଙ୍କ ଆଦେଶ ଏବଂ ନିର୍ବାଚନ ଗାଇଡଲାଇନର ଏହା ସାଘାଂତିକ ଉଲ୍ଲଂଘନ ବୋଲି ବିଜେଡ଼ି ପକ୍ଷରୁ ଦର୍ଶାଯିବା ସହ ବିଜେପି ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି, ଶ୍ରୀମତୀ ସୁଲତା ଦେଓ ଏବଂ ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଦାବି ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ