Connect with us

ଅପରାଧ

ବିଜେଡି ପ୍ରାର୍ଥୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ

ସାଙ୍କେତିକ

ବିଜେଡି ପ୍ରାର୍ଥୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର, ୧୦ ଅପ୍ରେଲ – କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କା ଜବତ ହୋଇଛି । ଜୟପାଟଣାରେ ଫ୍ଲାଇଂ ସ୍କ୍ୱାଡ୍ ଗାଡ଼ି ଯାଂଚ କରୁଥିବା ବେଳେ ଏହି ଟଙ୍କା ଜବତ କରିଥିଲା । ଯାଂଚ ବେଳେ ପ୍ରଦୀପଙ୍କ ଗାଡ଼ିରେ ୪ଟି ୫୦୦ ଟଙ୍କିଆ ବଣ୍ଡଲ୍ ମିଳିଥିଲା ।ଗାଡ଼ିରେ ପ୍ରଦୀପଙ୍କ ସହ ୪ ଜଣ ଥିଲେ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଟଙ୍କା କେଉଁଠୁ ଆସିଲା ଓ କେଉଁଠାକୁ ନେଇ ଯାଉଥିଲେ, ସେନେଇ ଖୋଳତାଡ଼ ·ଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ