Connect with us

ଦେଶ

କଂଗ୍ରେସର ମୁଁହ ତୋଡ ଜବାବ ମୋଦିଙ୍କୁ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :- ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଆହ୍ୱାନ ଦେଇ କହିଥିଲେଯେ,କଂଗ୍ରେସ ଥରେ ଅଣଗାନ୍ଧୀଙ୍କୁ ନିଜର ସଭାପତି କରି ଦେଶବାସୀଙ୍କୁ ଦେଖାଉ । ଏହା ଉପରେ କଂଗ୍ରେସ ନେତା ପି ଚିଦମ୍ବରମ ନିଜର ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତିଯେ , ମୋଦି ନିଜର ସ୍ମୃତିଶକ୍ତି କୁ ବଢ଼ାନ୍ତୁ ତାଙ୍କର ସ୍ମୃତିଶକ୍ତି ହ୍ରାସ ପାଇଲାଣି । କଂଗ୍ରେସ ସଭାପତି ପଦ କେବେହେଲେବି ଗାନ୍ଧୀ ପରିବାର ମଧ୍ୟରେ ସୀମିତ ରହିନଥିଲା ।

ସେ କହିଛନ୍ତିଯେ, ପୂର୍ବରୁ କଂଗ୍ରେସର ସଭାପତି ପଦ ମଣ୍ଡନ କରିଥିବା ବ୍ୟକ୍ତିମାନେ ହେଲେ ଆଚାର୍ଯ୍ୟ କୃପାଳିନୀ ,ସୀତାରାମେୟା ,ପୁରୁଷୋତ୍ତମ ଦାସ ଟଣ୍ଡନ ,ୟୁ ଏନ ଧେବର,ସଂଜୀବ ରେଡ୍ଡୀ ,ସଂଜିବେୟା ,କାମରାଜ ,ନିଜଲିଙ୍ଗପ୍ପା ,ସି ସୁବ୍ରମଣ୍ୟମ ,ଜଗଜୀବାନ ରାମ,ସଂକରଦାୟାଲ ଶର୍ମା ,ଦି କେ ବରୁଆ ,ବ୍ରହ୍ମାନଦ ରେଡି ,ନରସିଂହ ରାଓ ଓ ସୀତାରାମ କେଶରୀ ଆଦି ପନ୍ଦର ଜଣ ଥିଲେ । ଚିଦମ୍ବରମ କହିଛନ୍ତିଯେ, ସେ କଂଗ୍ରେସ କଥା ଚିନ୍ତା ନକରି ଜି ଏସ ଟି ,ବିମୁଦ୍ରିକରଣ,ରାଫେଲ ,ସିବିଆଇ ଓ ଅରବିଆଇ ବିଷୟରେ କୁହନ୍ତୁ ଯାହାକୁ ଦେଶବାସୀ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ