Connect with us

ଦେଶ

କଂଗ୍ରେସ ଉପରେ ବର୍ଷିଲେ ମୋଦି

ସାଙ୍କେତିକ ଚିତ୍ର

କଂଗ୍ରେସ ଉପରେ ବର୍ଷିଲେ ମୋଦି
ଅମ୍ବିକାପୁର,୧୬ା୧୧ : କଂଗ୍ରେସ ନେତା ଶଶି ଥରୁରଙ୍କ ‘ଚା’ ବାଲା ମନ୍ତବ୍ୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସକୁ ଏକ କଡା ଚ୍ୟାଲେଞ୍ଜ ଦେଇ ମୋଦି କହିଛନ୍ତି ଯଦି ଏହି ଦଳ ଅତିକମରେ ୫ ବର୍ଷ ପାଇଁ ଗାନ୍ଧି ପରିବାରର ସଦସ୍ୟ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦଳୀୟ ଅଧ୍ୟକ୍ଷ ନିଯୁକ୍ତ କରେ ତା’ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବାସ୍ତବରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ବୋଲି ସେ ବିଶ୍ୱାସ କରିବେ । ନେହରୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସାଂଗଠନିକ ବ୍ୟବସ୍ଥା କାରଣରୁ ମୋଦିଙ୍କ ଭଳି ଚା’ବାଲା ପ୍ରଧାନମନ୍ତ୍ରୀ ହେବା ସମ୍ଭବ ହୋଇଛି ବୋଲି ନିକଟରେ ଥରୁର ମନ୍ତବ୍ୟ ଦେଇଥିଲେ ।

ଏହି ମନ୍ତବ୍ୟ ପରିପ୍ରେକ୍ଷୀରେ ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ବେଳେ ମୋଦି ଆହୁରି କହିଛନ୍ତି ଗାନ୍ଧି ପରିବାର ଭିନ୍ନ କଂଗ୍ରେସର ଅନ୍ୟ ଉତ୍ତମ ନେତାମାନଙ୍କୁ ଦଳୀୟ ଅଧ୍ୟକ୍ଷ ହେବାକୁ ଦିଆଯାଉ । କଂଗ୍ରେସ ଚାରୋଟି ପୀଢ଼ି ଧରି ଦେଶକୁ ଶାସନ କରିଆସୁଛି । ଏଣୁ ଏହି ସମୟ ମଧ୍ୟରେ ଏହି ଦଳ ଦେଶ ପାଇଁ କ’ଣ କରିଛି ତାହାର ହିସାବ ଦେବା ଉଚିତ ।

ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବାର ଅଧିକାର କେବଳ ଗୋଟିଏ ପରିବାରର ସଦସ୍ୟଙ୍କର ରହିଛି ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ଦେଶବାସୀ ତାହାକୁ ଅସ୍ୱୀକାର କରିଛନ୍ତି । କଂଗ୍ରେସ ମିଥ୍ୟା କହି ଦେଶବାସୀଙ୍କୁ ଅନ୍ଧକାରରେ ରଖିଛି ବୋଲି ମୋଦି କଂଗ୍ରେସ ଏବଂ ଗାନ୍ଧି ପରିବାରକୁ ସମାଲୋଚନା କରି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ