Connect with us

ଦେଶ

ସୁବ୍ରମଣ୍ୟମ୍‌ ସ୍ୱାମୀ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଦେଲେ କ୍ଲିନଚିଟ

ସାଙ୍କେତିକ ଚିତ୍ର

ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଦେଲେ କ୍ଲିନଚିଟ
ନୂଆଦିଲ୍ଲୀ:- ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କ୍ଲିନଚିଟ ଦେବା ସହ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ପ୍ରତି କେନ୍ଦ୍ର ସରକାର ‘ବହୁତ ଅନ୍ୟାୟ’ କରୁଛନ୍ତି ବୋଲି

ସିଧାସଳଖ ଅଭିଯୋଗ କରି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଆଜି ଗଣମାଧ୍ୟମକୁ କହିଛନ୍ତିଯେ , ‘ଆଲୋକ ବର୍ମା ଦିଲ୍ଲୀ ପୁଲିସ୍‌ କମିଶନର ଥିବା କାଳରୁ ମୁଁ ତାଙ୍କୁ ଜାଣିଛି । ଏୟାରସେଲ୍‌- ମାକ୍ସିସ୍‌ ଓ ଅନ୍ୟ ମାମଲାର ତଦନ୍ତ ସେ ଯେପରି ଭାବେ ସଫଳତାର ସହ କରିଛନ୍ତି ତାହାର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ଆଲୋକ ବର୍ମା ଏତେ ସଚ୍ଚୋଟ ଅଫିସର ଯେ ସେ କାହାରି ଘରେ ପାଣି ଗିଲାସଟେ ସୁଦ୍ଧା ପିଅନ୍ତି ନାହିଁ । ତେବେ, ସିବିଆଇରେ ସୃଷ୍ଟି ହୋଇଥିବା ଅନ୍ତର୍ଦ୍ୱନ୍ଦ୍ୱର ସମାଧାନ କରିବାରେ ବିଫଳ ହୋଇ ସରକାର ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଦେବା ନିହାତି ବିଡ଼ମ୍ବନାର ବିଷୟ । ତାଙ୍କ ପରି ଜଣେ ସଚ୍ଚୋଟ ଅଫିସରଙ୍କ ପ୍ରତି ଅନ୍ୟାୟ କରି ସରକାର ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନକୁ ଦୁର୍ବଳ କରିଦେଉଛନ୍ତି’ ବୋଲି ସରକାରଙ୍କ ଉପରେ ସିଧାସଳଖ ଆରୋପ ଲଗାଇଛନ୍ତି ।

ଏପରିସ୍ଥିତିରେ ଆଲୋକ ବର୍ମାଙ୍କ ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ଥିବା ବେଳେ କୋର୍ଟ ତାଙ୍କ ପ୍ରତି ନ୍ୟାୟ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ