Connect with us

ମନୋରଞ୍ଜନ

ଏବେ ‘ମି ଠୁ’ ର ଝଡ

ସାଙ୍କେତିକ ଚିତ୍ର

ମୁମ୍ବାଇ,୧୪।୧୦: ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ‘ମି ଠୁ’ ର ଝଡ ସୃଷ୍ଟି ହେଲାଣି । ପ୍ରତିଦିନ କେହିନା କେହି ବଲିଉଡର ଅଭିନେତା, ଗାୟକ, ନିର୍ଦ୍ଦେଶକ ଆଦିଙ୍କ ଉପରେ ଲଗାଉଛନ୍ତି ଯୌନ ଶୋଷଣର ଅଭିଯୋଗ ଏବଂ ନିକଟରେ ପୂର୍ବତନ ସାମ୍ବାଦିକ ତଥା କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କ ଉପରେ ମଧ୍ୟ ଲାଗିଛି ଏମିତି ସଙ୍ଗିନ ଅଭିଯୋଗ । ଜଣେ ନୁହେଁ କି ୨ ଜଣ ନୁହେଁ ଦେଶି ବିଦେଶୀ ପ୍ରାୟ ୧୧ ଜଣ ମହିଳା ଆକବରଙ୍କ ନାଁରେ ଆଣିଛନ୍ତି ଏମିତି ଅଭିଯୋଗ । ନାନା ପାଟେକରଙ୍କ ଉପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପ୍ରଥମେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ତାଙ୍କୁ ଦେଖି ଆଉ କିଛି ମହିଳା ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁସାରେ ଅଭିନେତା ଆଲୋକ ନାଥ ମଧ୍ୟ କୁଆଡେ ୧୯ ବର୍ଷ ତଳେ ପ୍ରଯୋଜିକା ତଥା ଲେଖିକା ବିନ୍ତା ନନ୍ଦାଙ୍କ ଯୌନ ଶୋଷଣ କରିଥିଲେ । କେବଳ ସେତିକି ନୁହେଁ ଆଉ ଜଣେ ଅଭିନେତ୍ରୀ ସନ୍ଧ୍ୟା ମୄଦୁଲ ମଧ୍ୟ ଆଲୋକଙ୍କ ନାଁରେ ଆଣିଛନ୍ତି ସମାନ ଅଭିଯୋଗ । ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ନିର୍ଦ୍ଦେଶକ ରଜତ କପୁର, ଗାୟକ କୈଳାସ ଖେର୍‌, ଅନ୍ନୁ ମଲ୍ଲିକ, ଅଭିଜିତ ଭଟ୍ଟାଚାର୍ଯ୍ୟ, ଫିଲ୍ମ ମେକର ବିକାଶ ବେହେଲ, ସାଜିଦ୍‌ ଖାନ୍‌, ଅଭିନେତା ଜେନ୍‌ ଦୁରାନି, ରାଇଟର ବରୁନ ଗ୍ରୋଭର, ନିର୍ଦ୍ଦେଶକ ସୁଭାଷ ଘାଇ, ଫିଲ୍ମ ମେକର ଲଭ୍‌ ରଞ୍ଜନ ଓ ଗୀତୀକାର ପିୟୁଷ ମିଶ୍ର ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ