Connect with us

ଦେଶ

ଆଦିବାସୀଙ୍କ ଆକ୍ରମଣରେ ଆମେରିକୀୟ ପର୍ଯ୍ୟଟକ ମୃତ

ଆଦିବାସୀଙ୍କ ଆକ୍ରମଣରେ ଆମେରିକୀୟ ପର୍ଯ୍ୟଟକ ମୃତ
ପୋର୍ଟବ୍ଲେୟାର,୨୧ା୧୧ : ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜରେ ଆଦିବାସୀଙ୍କ ଆକ୍ରମଣରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ପୋଲିସ ୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ମୃତ ଆମେରିକୀୟ ପର୍ଯ୍ୟଟକଙ୍କ ନାମ ଜନ୍ ଆଲୋନ୍ ଚାଉ ବୋଲି ପୋଲିସ କହିଛି ।

୨୦୧୧ ଜନଗଣନା ଆଧାରରେ ସେଠାକାର ଆଦିମ ଅଧିବାସୀଙ୍କ ସଂଖ୍ୟା ଥିଲା ମାତ୍ର ୪୦ । ସେମାନେ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ । ସେମାନଙ୍କର ଚାଲିଚଳଣି, ଖାଦ୍ୟପେୟ ଆଦି ଉପରେ ଖବର ଓ ଫଟୋ ସଂଗ୍ରହ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟଟକ, ସାମ୍ବାଦିକ ଓ ଗବେଷକମାନେ ଯାଉଛନ୍ତି । ବାହାରୁ ଯାଉଥିବା ଅପରିଚିଙ୍କ ଦ୍ୱାରା ଆଦିମ ଅଧିବାସୀଙ୍କ ପାରମ୍ପରିକ ଜୀବନଶୈଳୀ ବିପନ୍ନ ହେଉଥିବା କେତେକ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ସେହିପରି ଆଦିବାସୀଙ୍କଠାରୁ ବହିରାଗତ ପର୍ଯ୍ୟଟକଙ୍କ ପ୍ରତି ବିପଦ ଆଶଙ୍କା ଓ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଥିବାରୁ ସେଠାକୁ ସାଧାରଣତଃ ଯିବା ପାଇଁ ଅନୁମତି ମିଳି ନଥାଏ । କିନ୍ତୁ ସ୍ଥାନୀୟ ଅଧିକାରୀଙ୍କୁ ପ୍ରଭାବିତ କରି ବହିରାଗତମାନେ ଆଦିବାସୀଙ୍କ ସହିତ ରାତ୍ରିଯାପନ କରିବାକୁ ଯାଉଥିବାରୁ ବେଳେ ବେଳେ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି ।

ମତ୍ସଜୀବୀଙ୍କ ସୂଚନା ଅନୁଯାୟୀ, ଜନଙ୍କୁ ସେମାନେ ଦକ୍ଷିଣ ଆଣ୍ଡାମାନରେ ନଭେମ୍ବର ୧୬ ତାରିଖରେ ଛାଡିଥିଲେ । ସେଠାରେ ପହଞ୍ଚିବା ମାତ୍ରେ କିଛି ଲୋକ ତାଙ୍କୁ ଧନୁ ଓ ତୀରରେ ଆକ୍ରମଣ କରିଥିଲେ । ଶରବିଦ୍ଧ ହେବା ପରେ ଜନ୍ କିଛି ବାଟ ଚାଲି ଯାଇଥିଲେ । କିନ୍ତୁ ପରେ ଆଦିବାସୀମାନେ ତାଙ୍କ ବେକକୁ ଫାଶରେ ବାନ୍ଧି ଟାଣି ଟାଣି ସମୁଦ୍ର କୂଳ ପର୍ଯ୍ୟନ୍ତ ଆଣିଥିଲେ । ଏହାପରେ ମତ୍ସଜୀବୀମାନେ ଭୟଭୀତ ହୋଇ ଚାଲି ଆସିଥିଲେ । ତା’ପରଦିନ ସକାଳୁ ଜନଙ୍କ ମୃତ ଦେହ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା । ମତ୍ସଜୀବୀମାନେ ଘଟଣା ସମ୍ପର୍କରେ ଆଲେକ୍ସ ନାମକ ସ୍ଥାନୀୟ ପୂଜକ ତଥା ଜନଙ୍କ ବନ୍ଧୁଙ୍କୁ କହିଥିଲେ । ଆଲେକ୍ସ ତୁରନ୍ତ ଜନଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ଭାରତରେ ଅବସ୍ଥାପିତ ଆମେରିକୀୟ ଦୂତାବାସକୁ ଖବର ଦିଆଯାଇଥିଲା ।

ଜନଙ୍କ ବିଷୟରେ ସୂଚନା ସଂଗ୍ରହ ପାଇଁ ଆମେରିକୀୟ ଦୂତାବାସ ପକ୍ଷରୁ ଚେନ୍ନାଇ ପୋଲିସ ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲା । ସ୍ଥାନୀୟ ପ୍ରଶାସନର ଉଦ୍ୟମ ସତ୍ୱେ ଏପର୍ଯ୍ୟନ୍ତ ଜନଙ୍କ ଶବ ମିଳିପାରିନାହିଁ । ଆଦିମ ଅଧିବାସୀଙ୍କ ଭୟରେ ହେଲିକପ୍ଟର ସେଠାରେ ଓହ୍ଲାଇ ପାରୁନଥିବାରୁ ଶବ ଉଦ୍ଧାର ବିଳମ୍ବିତ ହେବାର ଆଶଙ୍କା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ