Connect with us

ଦେଶ

ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ

ସାଙ୍କେତିକ ଚିତ୍ର

ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ
ପିଡିପି-ଏନସି-କଂଗ୍ରେସକୁ ଶକ୍ତ ଝଟ୍କା
ଶ୍ରୀନଗର/ ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ରାଜନୈତିକ ପରିଦୃଶ୍ୟ ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ପିଡିପି ମୁଖ୍ୟ ମେହବୁବା ମୁଫତି ଚିଠି ଲେଖିବାର କିଛି ସମୟ ପରେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ବିଧାନସଭା ଭଙ୍ଗ କରିବାକୁ ଶାସନାଦେଶ ଜାରି କରିଛନ୍ତି । ଏହାସହିତ ସରକାର ଗଠନ ନେଇ ସମ୍ଭାବନା ସମାପ୍ତ ହୋଇଛି । ଏଥିସହିତ ମେଣ୍ଟ କରି ସରକାର ଗଠନ କରିବାକୁ ପ୍ରୟାସ କରୁଥିବା ପିଡିପି , ଏନସି ଓ କଂଗ୍ରେସକୁ ଝଟକା ଲାଗିଛି । ବର୍ତ୍ତମାନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ । ଅନ୍ୟପଟେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ନେଇ ପଥ ପରିଷ୍କାର ହୋଇଛି । ଏହାର କିଛି ସମୟ ପୂର୍ବରୁ ଅର୍ଥାତ ବୁଧବାର ସଂଧ୍ୟାରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ରାଜ୍ୟପାଳଙ୍କୁ ପତ୍ର ଲେଖି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହି ପତ୍ରକୁ ରାଜଭବନ ପଠାଇବାକୁ ଉଦ୍ୟମ କରିଛନ୍ତି । ଆଶ୍ଚର୍ଯ୍ୟଜନକ ଫ୍ୟାକ୍ସକୁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ । ରାଜ୍ୟପାଳଙ୍କୁ ଫୋନ କରି ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି । ଆଶା କରାଯାଉଛି ରାଜ୍ୟପାଳଙ୍କ ସହିତ ଶୀଘ୍ର ସାକ୍ଷାତ ହେବ । ଏହିପରି ରାଜ୍ୟରେ ସରକାର ଗଠନ ପାଇଁ ମେହବୁବା ନିଜର ଦାବି ଉପସ୍ଥାପନ କରିଥିଲେ ।
ସୂଚନାଥାଉ କି, ଜମ୍ମୁ-କଶ୍ମୀରରେ ସରକାର ଗଠନ ଲାଗି ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏକ ନୂଆ ରାଜନୈତିକ ସମୀକରଣରେ ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି), ଏନସି (ନ୍ୟାଶନାଲ୍ କନ୍ଫରେନ୍ସ) ଓ କଂଗ୍ରେସ ମେଂଟ ଗଠନ କରିବାକୁ ଆପାତତଃ ନିଷ୍ପତି ନେଇଥିଲେ । ବର୍ତ୍ତମାନ ଜମ୍ମୁ-କଶ୍ମୀର ରାଷ୍ଟ୍ରପତି ଶାସନାଧୀନ ରହିଛି । ପ୍ରାୟ ଅଢେଇ ବର୍ଷ ତଳେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା । ଫଳରେ ପିଡିପି ଓ ବିଜେପି ମିଶି ସରକାର ଗଠନ କରିଥିଲେ । ଚଳିତ ବର୍ଷ ମଧ୍ୟ ଭାଗରେ ଏହି ଦୁଇ ଦଳର ପତିଆରା ଲଢେଇରେ ମେଂଟ ଭାଙ୍ଗି ଯାଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସରକାରର ପତନ ଘଟିଥିଲା । ସେବେଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ବିଧାନସଭାକୁ ଅସ୍ଥାୟୀ ଅଚଳ (ସସ୍ପେଣ୍ଡେଡ୍ ଆନିମେଶନ) ଅବସ୍ଥାରେ ରଖାଯାଇଛି ।

ଦୁଇ ଦିନ ତଳେ ପିଡିପିର ଜଣେ ବରିଷ୍ଠ ନେତା ମୁଜାଫର ହୁସେନ ବେଗ୍ ବିଜେପିର ସହଯୋଗୀ ତଥା ସ୍ଥାନୀୟ ନେତା ସାଜଦ୍ ଲୋନଙ୍କୁ ନେଇ ସରକାର ଗଠନ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏହାପରେ କଂଗ୍ରେସ, ଏନସି ଓ ପିଡିପି ନେତୃତ୍ୱ ସରକାର ଗଠନ ଲାଗି ତତ୍ପରତା ଦେଖାଇ ଆଲୋଚନା କରିଥିଲେ । ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପିଡିପିର ୨୮, ଏନସିର ୧୪ ଏବଂ କଂଗ୍ରେସର ୧୨ଜଣ ବିଧାୟକ ଅଛନ୍ତି । ତେଣୁ ସଂଖ୍ୟାଗରିଷ୍ଠତା ଲାଗି ସଂଖ୍ୟା ଆବଶ୍ୟକତାରୁ ଅଧିକ ହେଉଛି । ନୂଆ ସମୀକରଣ ପ୍ରମାଣିତ କରିଛି ଯେ ରାଜନୀତିରେ ସବୁ କିଛି ସମ୍ଭବ । ନ୍ୟାଶନାଲ କନଫରେନ୍ସ ଏବଂ ପିଡିପି ହେଉଛନ୍ତି ପାରସ୍ପରିକ ପ୍ରତିସ୍ପର୍ଦ୍ଧି ଆଂଚଳିକ ଦଳ ।

ତେଣୁ ଏହି ଦୁଇ ଦଳଙ୍କ ମଧ୍ୟରେ ମେଂଟ ଅସମ୍ଭବ ବୋଲି ମନେ କରାଯାଉଥିଲା । ମୁଖମନ୍ତ୍ରୀ ଦୌଡରେ ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅଲତାଫ ବୁଖାରୀ ଆଗରେ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ