Connect with us

ଦେଶ

ବିଜେପି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଣବ l

ବିଜେପି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଣବ l

ବିଜେପି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଣବ
ନୂଆଦିଲ୍ଲୀ,୨ା୯ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆର୍ଏସ୍ଏସ୍ ପରେ ଏବେ ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଯୋଗଦେଇ ହରଚନ୍ଦନପୁର ଏବଂ ନୟାଗାଓଁଠାରେ ସ୍ମାର୍ଟ ଗ୍ରାମ ଯୋଜନାରେ କେତେକ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖଶର୍ଜୀ ନିଜ କାର୍ଯ୍ୟକାଳ ସମୟରେ ଗୁରୁଗ୍ରାମ ଏବଂ ହରଚନ୍ଦନପୁରକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଥିବା ସମୟରେ ପ୍ରଣବ ସ୍ମାର୍ଟ ଗ୍ରାମ ଯୋଜନାର ପରିକଳ୍ପନା କରିଥିଲେ । ସେ ଗୁରୁଗ୍ରାମର ସୋହନା ବ୍ଲକର ଏକ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏହାପରେ ୨୦୧୭ ଜୁନ୍ ୨ରେ ପ୍ରଣବ ଏହି ଗ୍ରାମ ଗସ୍ତ କରିଥିଲେ । ସେହି ଗ୍ରାମର ଉନ୍ନୟନ ଯୋଜନା ଏବଂ ବିକାଶ କାର୍ଯ୍ୟର ସ୍ଥିତି ବିଷୟରେ ପ୍ରଣବ ଖବର ରଖୁଥିଲେ । ଏବେ ଏହି ଗ୍ରାମରେ ଅନେକ ସୁବିଧା ଉପଲବ୍ଧ ରହିଛି । ତେଣୁ ଏହି ଗ୍ରାମକୁ ଆଦର୍ଶ ଗ୍ରାମ କରିବାକୁ ପ୍ରୟାସ କରାଯାଉଛି । ଏହାଦ୍ୱାରା ଗ୍ରାମ ଶୌଚାଳୟରେ ୱାଇଫାଇରୁ ଆରମ୍ଭ କରି ଡିଜିଟାଲ ସ୍କ୍ରିନ୍ ପର୍ଯ୍ୟନ୍ତ ସୁବିଧା ମିଳିବ ।

ପ୍ରକାଶଯୋଗ୍ୟ ଯେ, ପ୍ରଣବ ଚଳିତ ବର୍ଷ ଦ୍ୱିତୀୟଥର ବିଜେପି ଏବଂ ତା’ର ସଂଗଠନ ସହ ଜଡିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ଜୁନ୍ରେ ପ୍ରଣବ ମୁଖାର୍ଜୀ ନାଗପୁରଠାରେ ଆର୍ଏସ୍ଏସ୍ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ପ୍ରଣବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଦେଶ, ଦେଶଭକ୍ତି ଏବଂ ଜାତୀୟତା ଉପରେ ନିଜର ବିଚାର ରଖିଥିଲେ । ଆର୍ଏସ୍ଏସ୍ କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦାନକୁ ନେଇ ସେତେବେଳେ ବହୁ ବିବାଦ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ