Connect with us

ଦେଶ

ବିବାଦିତ ହେଲେ ମଧ୍ୟ ଭାରତରେ ପହଞ୍ଚିଲା ୩ଟି ରାଫେଲ ଲଢ଼ୁଆ ବିମାନ l

ବିବାଦିତ ହେଲେ ମଧ୍ୟ ଭାରତରେ ପହଞ୍ଚିଲା ୩ଟି ରାଫେଲ ଲଢ଼ୁଆ ବିମାନ l

ଗ୍ୱାଲିୟର,୨ା୯ : ରାଫେଲ ଡିଲକୁ ନେଇ ଯେଉଁ ସମୟରେ ଦେଶରେ ରାଜନୀତି ସରଗରମ ହୋଇଛି, ଆରୋପ ପ୍ରତ୍ୟାରୋପ ଜାରି ରହିଛି, ତୁମ୍ବି ତୋଫାନ ହେଉଛି ଠିକ୍ ସେହି ସମୟରେ ପ୍ରଥମଥର ଫ୍ରାନ୍ସର ୩ ରାଫେଲ ଲଢ଼ୁଆ ବିମାନ ଭାରତରେ ପହଞ୍ଛିଛି । ଏହି ତିନି ରାଫେଲ ଲଢ଼ୁଆ ବିମାନ ଗ୍ୱାଲିୟର ଏୟାରବେସରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରହିବ, ଯେଉଁଠି ଭାରତୀୟ ବାୟୁସେନାର ପାଇଲଟ ପ୍ରଶିକ୍ଷଣ ନେବେ ।

ଉଲ୍ଲେଖନୀୟଯେ, ଫ୍ରାନ୍ସର ଏହି ତିନି ଲଢ଼ୁଆ ବିମାନ ଅଷ୍ଟ୍ରେଲିଆରେ ଏକ ଅନ୍ତରାଷ୍ଟ୍ରୀୟ ଯୁଦ୍ଧାଭାସରେ ସାମିଲ ହେବାକୁ ଯାଉଥିଲେ ଏବଂ ଫେରିବା ସମୟରେ ଗ୍ୱାଲିୟରର ଅଟକିଛି । ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନା ମଧ୍ୟ ଭାଗ ନେଇଥିଲl । ଏବେ ଏକ ମିଳିତ ଅଭିଯାନରେ ଭାରତୀୟ ବାୟୁସେନାର ପାଇଲଟ ଗ୍ୱାଲିୟରରେ ରାଫେଲ ଲଢ଼ୁଆ ବିମାନ ଉଡାଇବେ ଏବଂ ଫ୍ରାନ୍ସ ବାୟୁସେନାର ପାଇଲଯ ମିରାଜ ୨୦୦୦ ଲଢ଼ୁଆ ବିମାନକୁ ନେଇ ଅଭ୍ୟାସ କରିବେ ।

ଅଷ୍ଟ୍ରେଲିଆରେ ହୋଇଥିବା ପିଚ ବ୍ଲାକ ଯୁଦ୍ଧଭ୍ୟାସରେ ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ଓ ସୁଖୋଇ- ୩୦ ବିମାନ ଭାଗ ନେଇଥିଲା । ଗ୍ୱାଲିୟର ଏୟାରବେସରେ ରବିବାର ମିଳିତ ଅଭ୍ୟାସ ଆରମ୍ଭ ହୋଇଛି । କାରଣ ଆଗାମୀ ଦିନରେ ରାଫେଲ ଲଢ଼ୁଆ ବିମାନ ଭାରତରେ ପହଞ୍ଚିବା ଆରମ୍ଭ ହୋଇଯିବ ଏବଂ ଏହାପୂର୍ବରୁ ଭାରତୀୟ ପାଇଲଟଙ୍କ ପାଇଁ ଏହା ଏକ ଭଲ ଅନୁଭବ ହେବ ।

ଭାରତୀୟ ବାୟୁସେନା ଆଶା ରଖିଛି ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୩୬ଟି ରାଫେଲ ଲଢ଼ୁଆ ବିମାନ ଦେଶକୁ ଆସିବା ଆରମ୍ଭ ହୋଇଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ