Connect with us

ଅପରାଧ

୪ ଦିନିଆ ଅନ୍ତରୀଣ ଜାମିନ ମିଳିଲା ପୁଞ୍ଜିଲାଲଙ୍କୁ

ସାଙ୍କେତିକ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା:
– ୪ ଦିନିଆ ଅନ୍ତରୀଣ ଜାମିନ ମିଳିଲା ପୁଞ୍ଜିଲାଲଙ୍କୁ
– ଗଣମାଧ୍ୟମକୁ ନ ଭେଟିବାକୁ ସର୍ତ
– ନଜର ରଖିବେ ଥାନା ଅଧିକାରୀ
ବଲାଙ୍ଗୀର,୨୨ ଜାନୁଆରୀ – ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି । ନିଜ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ପୁଞ୍ଜିଲାଲଙ୍କୁ ହାଇକୋର୍ଟ ୪ଦିନ ପାଇଁ ସର୍ତମୂଳକ ଅନ୍ତରୀଣ ଜାମିନ୍ ମିଳିଛି । ୨୪ ତାରିଖରେ ପୁଞ୍ଜିଲାଲ ଜାମିନ୍ ରେ ଯାଇ ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣିଥରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନର ଜାମିନ୍ ରେ କେତୋଟି କଡ଼ା ସର୍ତ ରଖା ଯାଇଛି । ଜାମିନ୍ ସମୟରେ ପୁଞ୍ଜିଲାଲ କୌଣସି ଗଣମାଧ୍ୟକୁ ଭେଟି ପାରିବେ ନାହିଁ । ଏହି ସହିତ ବାହାରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ଥାନୀୟ ଥାନାଅଧିକାରୀଙ୍କୁ ସେ ଜଣାଇ ଯିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ଥାନୀୟ ଥାନା ଅଧିକାରୀଙ୍କୁ ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲା । ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ତାଙ୍କୁ ଗୋଟିଏ ଦିନ ପାରୋଲରେ ଅଣାଯାଇଥିଲା । ପୋଲିସ୍ ସୁରକ୍ଷା ମଧ୍ୟରେ ସେ ମୁଖାଗ୍ନି ଦେଇଥିଲେ ।

୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ନବ ଦମ୍ପତି ସୌମ୍ୟଶେଖର ଓ ରିମାଙ୍କ ବାହାଘରରେ ମିଳିଥିବା ଗିଫ୍ଟରେ ଥିବା ବୋମା ବିସ୍ଫୋରଣ ହେବାରୁ ନବ ବିବାହିତ ସୌମ୍ୟ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ମୃତ୍ୟୁ ଘଟିଥିଲା । ତେବେ ରିମା ସୌଭାଗ୍ୟବସତଃ ବଂଚି ଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ