Connect with us

ଓଡିଶା

ଝାରସୁଗୁଡା ରୁ କୋଲକତା, ବାରଣାସୀକୁ ବିମାନ ସୁବିଧା ଆସନ୍ତା ୨୭ରୁ

ସାଙ୍କେତିକ

ଝାରସୁଗୁଡା ରୁ କୋଲକତା, ବାରଣାସୀକୁ ବିମାନ ସୁବିଧା ଆସନ୍ତା ୨୭ରୁ
ଝାରସୁଗୁଡା ,୨୨ ଜାନୁଆରୀ – ଝାରସୁଗୁଡା ବିମାନ ବିନ୍ଦର ରେ ଲୋକଙ୍କ ଚାହିଦାକୁ ଦେଖି ଏବେ କୋଲକତା ଓ ବାରଣାସୀ କୁ ବିମାନ ଚଳାଚଳ କରିବ ।
ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଆରସିଏସ ଉଦାନ ଯୋଜନାରେ କୋଲକତା-ଝାରସୁଗୁଡା-କୋଲକତା ଏବଂ ଭୁବନେଶ୍ୱର-ବାରଣାସୀ-ଭୁବନେଶ୍ୱର ସେକ୍ଟରରେ ଏଟିଆର-୭୨ ବିମାନ ଚଳାଚଳ କରିବ । ଆସନ୍ତା ୨୭ ତାରଖ ଠାରୁ ଚାରିଦିନ ଧରି ଝାରସୁଗୁଡା-କୋଲକତା ମଧ୍ୟରେ ଏଲାୟନ୍ସ ଏୟାରର ବିମାନ ଚଳାଚଳ କରିବା ପରେ ସମୟ ନିର୍ଘଂଟରେ ପରିବର୍ତନ ସହ ଉକ୍ତ ବିମାନ ଭୁବନେଶ୍ୱର-ବାରଣାସୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ । ଏହି ନୂତନ ଘୋଷଣା ସହ ଏଲୟାନ୍ସ ଏୟାରର ବିମାନ ସେବା ସଂପ୍ରସାରିତ ହେବାକୁ ଯାଉଛି ।
ପ୍ରେସ ବିବୃତି ଅନୁଯାୟୀ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ଯାଏଁ ଚାରିଦିନ ଧରି କୋଲକତାରୁ ଏଲାୟନ୍ସ ଏୟାରର ବିମାନ ପୂର୍ବାହ୍ନ ୧୧.୪୫ ରେ ଝାରସୁଗୁଡା ଅଭିମୁଖେ ଉଡିବ । ଝାରସୁଗୁଡା ଠାରେ ୧.୧୫ ରେ ପହଂଚିବା ପରେ ଝାରସୁଗୁଡାରୁ ପୁଣି ୧.୪୫ ମିନିଟରେ କୋଲକତାକୁ ପ୍ରତ୍ୟାବର୍ତନ କରିବ । ଯାହାକି କୋଲକତାରେ ଅପରାହ୍ନ ୩.୧୫ ରେ ପହଂଚିବ । ୩୧ ଜାନୁଆରୀରୁ ସମୟ ନିର୍ଘଂଟରେ ପରିବର୍ତନ ହେବ । କୋଲକତାରୁ ସକାଳ ୫.୫୦ ମିନଟରେ ବିମାନ ଉଡିବା ପରେ ୭.୨୦ ମିନିଟରେ ଝାରସୁଗୁଡା ରେ ପହଂଚିବ । ୭.୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡା ରୁ ଛାଡିବା ପରେ ରାଏପୁର ରେ ୮.୫୦ ମିନିଟ ରେ ପହଂଚିବ । ରାଏପୁର ରୁ ୯.୧୫ ମିନିଟ ରେ ବିମାନ ଉଡିବା ସହ ଝାରସୁଗୁଡ଼ା ରେ ୧୦.୨୦ ମିନିଟ ରେ ପହଂଚିବ । ଝାରସୁଗୁଡ଼ା ରୁ ୧୦.୪୫ ମିନିଟ ରେ ଉଡ଼ିବା ପରେ ୧୧.୫୦ ମିନିଟ ରେ ଭୁବନେଶ୍ୱର ରେ ପହଂଚିବ ।
ସେହିପରି ୧୨.୧୫ ମିନିଟ ରେ ଭୁବନେଶ୍ୱର ରୁ ବିମାନ ଉଡ଼ିବା ପରେ ବାରଣାସୀ ରେ ଅପରାହ୍ନ ୨.୦୫ ମିନିଟ ରେ ପହଂଚିବ ।୨.୩୦ ମିନିଟରେ ବାରଣାସୀରୁ ବିମାନ ଛାଡିବା ପରେ ୪.୨୦ ମିନିଟରେ ଭୁବନେଶ୍ୱର ରେ ପହଂଚିବା ସହ ଭୁବନେଶ୍ୱରରୁ ଝାରସୁଗୁଡା ଅଭିମୁଖେ ବିମାନଟି ୪.୪୫ ମିନିଟରେ ଛାଡିବା ପରେ ଝାରସୁଗୁଡା ରେ ୫.୫୦ ମିନିଟରେ ପହଂଚିବୟଝାରସୁଗୁଡା ରୁ କୋଲକତା କୁ ଉକ୍ତ ବିମାନ ସନ୍ଧ୍ର‌୍ୟା ୬ଟା୧୫ ମିନିଟ ରେ ଉଡିବା ପରେ କୋଲକତାରେ ୭.୪୫ ମିନିଟ ରେ ପହଂଚିବ । ଏଲୟନ୍ସ ଏୟାରର ଝାସରସୁଗୁଡା ଠାରେ ଅବସ୍ଥାପିତ ଷ୍ଟେସନ ମେନେଜର ଅଭିଜିତ ଶତପଥୀ ଏବଂ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ଏସ.କେ.ଚୌହାନ ଏହି ନୂତନ ସମୟ ସାରଣୀ ଏବଂ ବିମାନ ଚଳାଚଳ ସମ୍ପର୍କରେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା