Connect with us

ଦେଶ

୧୧୧ ବର୍ଷରେ ଶିବକୁମାର ସ୍ୱାମୀଜୀଙ୍କ ଦେହାନ୍ତ

ସାଙ୍କେତିକ

୧୧୧ ବର୍ଷରେ ଶିବକୁମାର ସ୍ୱାମୀଜୀଙ୍କ ଦେହାନ୍ତ
ବେଙ୍ଗାଲୁରୁ,୨୧ା୧ : ଲିଙ୍ଗାୟତ ସମ୍ପ୍ରଦାୟର ମହାନ ଗୁରୁ ଡ. ଶିବକୁମାର ସ୍ୱାମୀଜୀଙ୍କ ଦେହାନ୍ତ ହୋଇଛି । ଆଜି ମଧ୍ୟାହ୍ନ ୧୧.୪୦ରେ ସେ କର୍ଣ୍ଣାଟକର ତୁମକୁର ସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ ବେଳକୁ ସ୍ୱାମୀଜୀଙ୍କୁ ୧୧୧ ବର୍ଷ ବୟସ ହୋଇଥିଲା । ଶ୍ରୀ ସିଦ୍ଧଗଙ୍ଗା ମଠର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ଶିବ କୁମାର ସ୍ୱାମୀଜୀ । ଦୀର୍ଘ ଦିନର ଅସୁସ୍ଥତାରେ ଥିଲେ ସ୍ୱାମୀଜୀ । ଦୀର୍ଘ ୨ ସପ୍ତାହ ହେଲା ଭେଣ୍ଟିଲେଟର ମଧ୍ୟରେ ହିଁ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିଲା ।

ତାଙ୍କ ମୃତ୍ୟୁରେ ରାଜ୍ୟ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏଥିସହି ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଆସନ୍ତାକାଲି ଅପରାହ୍ନ ୪.୩୦ରେ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଅନ୍ତିମ ସଂସ୍କାର କରାଯିବ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀଙ୍କ ଛଡା ରାଜ୍ୟ ବିଜେପି ସଭାପତି ବିଏସ୍ ୟେଦୁରପ୍ପା, ଏମ୍ବି ପାଟିଲଙ୍କ ସଦାନନ୍ଦ ଗୌଡା ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାମୀଜୀଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ।

ସ୍ୱାମାଜୀଙ୍କ ଜନ୍ମ ୧ ଏପ୍ରିଲ ୧୯୦୭ରେ କର୍ଣ୍ଣାଟକର ରାମନଗର ଜିଲ୍ଲାର ବୀରାପୁର ଗାଁରେ ହୋଇଥିଲା । ୨୦୧୫ରେ ସ୍ୱାମୀଜୀଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଶିବ କୁମାରଙ୍କ ଅନୁଗାମୀ ମାନେ ତାଙ୍କୁ ସମଜା ସୁଧାରକ ବସବାଙ୍କ ଅବତାର ବୋଲି ମାନୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ